ଜୁନ-ଜୁଲାଇରେ ଭାରତରେ ଚରମ ସ୍ଥିତିରେ ପହଂଚିବ କରୋନା: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି ଯେ ଜୁନ୍ ଏବଂ ଜୁଲାଇରେ ଭାରତରେ କରୋନା ଭୂତାଣୁ ସଂକ୍ରମଣ ଶିଖରରେ ରହିବ। ଏହି ସମୟ ମଧ୍ୟରେ ଦେଶରେ ସର୍ବାଧିକ ସଂଖ୍ୟକ ମାମଲା ଜଣାପଡିପାରେ। ସେ କହିଛନ୍ତି ଯେ  ମାମଲା ଯେପରି ବଢିଛି, ତାହା ଉପରେ ଆଧାର କରି ଆମେ କହିପାରିବା ଯେ ଜୁନ୍ ଏବଂ ଜୁଲାଇରେ  ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମଣ ସାମ୍ନାକୁ ଆସିବ ।

ehealth.eletsonline.com

ଏମ୍ସ ନିର୍ଦ୍ଦେଶକ କହିଛନ୍ତି, ଅନେକ ଜିନିଷ ଅଛି ଯାହା ଏହି ରୋଗ ଉପରେ ପ୍ରଭାବ ପକାଇପାରେ। ଲକଡାଉନ ବିଷୟରେ ସେ କହିଛନ୍ତି ଯେ ଏହା କେତେ ପ୍ରଭାବ ସୃଷ୍ଟି କରିଛି, ଏହା ଆଗାମୀ ସମୟରେ ମଧ୍ୟ ଜଣା ପଡ଼ିବ | ଏହି ସଂକ୍ରମଣ ଖୁବ ଶୀଘ୍ର ଶେଷ ହେବ ନାହିଁ। ମାମଲା ଶୂନ ହେବାକୁ  ବହୁତ ସମୟ ନେଇପାରେ | ଦେଶରେ କରୋନା ସଂକ୍ରମଣ ଯଥେଷ୍ଟ ବୃଦ୍ଧି ପାଇଛି .ବୋଲି ଡ. ରଣଦୀପ ଗୁଲେରିଆ କହିଛନ୍ତି।

ଏଭଳି ପରିସ୍ଥିତିରେ ଆସନ୍ତା ମାସରେ ଏକ କଷ୍ଟଦାୟକ ସମୟ ଦେଖିବାକୁ ପଡିପାରେ ବୋଲି ସେ କହିଛନ୍ତି । ଏଠାରେ ସୂଚନା ଥାଉ କି ସମଗ୍ର ଦେଶରେ ୫୨୯୫୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୨୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୭୮୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ସମ୍ବନ୍ଧିତ ଖବର