ଏମ୍ସ ଇତିହାସରେ ପ୍ରଥମ ଘଟଣା: ଚକ୍ଷୁ ବିଭାଗର ଅପରେସନ ଥିଏଟରରେ ଜନ୍ମ ହେଲେ ଦୁଇ ଶିଶୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ର ଚକ୍ଷୁ ହସ୍ପିଟାଲ ଇତିହାସରେ ଏକ ଘଟଣା ପ୍ରଥମ ଥର ପାଇଁ ଦେଖାଯାଇଛି । ତାହା ହେଲା ଯେ ଏଠାକାର ଅପରେସନ ଥିଏଟରରେ ଦୁଇ ମହିଳା ୨ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଏମ୍ସ ହସ୍ପିଟାଲରେ ଗତ ଶନିବାର ଦିନ ଅଗ୍ନିକାଣ୍ଡ ଘଟିବା ପରେ ରୋଗୀ ଓ ସେମାନଙ୍କର ସଂପର୍କୀୟ ଭୟଭୀତ ହୋଇଯାଇଥିଲେ । ଏହି ସମୟରେ ଏମ୍ସର ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ । ମହିଳା ଏବଂ ପ୍ରସୂତି ବିଭାଗର ଗର୍ଭବତୀ ମହିଳାମାନଙ୍କୁ ବାହାର କରାଯାଇ ଆରପି ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା ।

ଏହି ସମୟରେ ୨ ଜଣ ମହିଳାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା । ଏହାଜାଣିପାରି ଚକ୍ଷୁ ଡାକ୍ତର ଓ ନର୍ସମାନେ ପ୍ରସୂତି ବିଭାଗର ଡାକ୍ତର ଓ ନର୍ସଙ୍କ ସହାୟତା ନେଇଥିଲେ । ଉଭୟ ମହିଳାଙ୍କୁ କେନ୍ଦ୍ରର ପଞ୍ଚମ ମହଲାସ୍ଥିତ ଅପରେସନ ଥିଏଟରକୁ ନିଆଯାଇଥିଲା । ସେଠାରେ ଅପରେସନ କରାଯାଇଥିଲା ।

photo-navbharatimes

ଆରପି ସେଣ୍ଟରର ମେଡିକାଲ ଅଧୀକ୍ଷକ ଡାକ୍ତର ଶକ୍ତି ଗୁପ୍ତା କହିଛନ୍ତି, ସେଣ୍ଟରର ୫ମ ମହଲାର ଅପରେସନ ଥିଏଟରରେ ଉଭୟ ମହିଳା ଶିଶୁ ଜନ୍ମ ଦେଇଛନ୍ତି । ଏଥିମଧ୍ୟରୁ ଗୋଟିଏ ଶିଶୁକନ୍ୟା ଓ ଅନ୍ୟଟି ଶିଶୁପୁତ୍ର ଏବଂ ଉଭୟ ଶିଶୁ ଓ ମା’ମାନେ ସୁସ୍ଥ ଅଛନ୍ତି ବୋଲି ସେ କହିଛନ୍ତି।

 

 

ସମ୍ବନ୍ଧିତ ଖବର