ଟ୍ରିପଲ ତଲାକ ଆଇନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ମୁସଲିମ ପର୍ସନାଲ ଲ’ ବୋର୍ଡ

ନୂଆଦିଲ୍ଲୀ : ସଂସଦର ଗତ ବଜେଟ ଅଧିବେଶନରେ ପାଶ ହୋଇଥିବା ମୁସଲିମ ମହିଳା ( ବିବାହ ଅଧିକାର ସୁରକ୍ଷା) ବିଲ୍‌ ୨୦୧୯ ବା ଟ୍ରିପିଲ ତଲାକ ଆଇନ ବିରୁଦ୍ଧରେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ( ଏଆଇଏମପିଏଲବି) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏହି ଆଇନ ମୁସଲିମ ଲୋକମାନଙ୍କର ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରର ହନନ କରୁଥିବାରୁ ଏହାକୁ ରଦ୍ଦ କରାଯାଉ ବୋଲି ବୋର୍ଡ ଆବେଦନ କରିଛି । ବରିଷ୍ଠ ଆଡଭୋକେଟ ଏମଆର ସମସେଦଙ୍କ ଜରିଆରେ ଏ ପ୍ରସଙ୍ଗରେ ଏକ ରିଟ ପିଟିସନ ଦାଏର କରାଯାଇଛି ।

ଗତ ଜୁଲାଇ ମାସରେ ସଂସଦରେ ଏହି ବିଲ ପାଶ ହେବା ପରେ ମୁସଲିମ ପର୍ସନାଲ ଲ’ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ ଏହା ମୁସଲିମ ମାନଙ୍କ ମୌଳିକ ଅଧିକାରର ବିରୋଧୀ । ଏହା ବିରୋଧରେ ନିଜର ଆଇନଗତ ଅଧିକାରର ଉପଯୋଗ କରାଯିବ । ହାଇଦ୍ରାବାଦର ସାଂସଦ ଅସାଦୁଦ୍ଦିନ ଓେଓ୍ଵସୀ କହିଛନ୍ତି ଯେ ଏହି ଆଇନ ମୁସଲିମମାନଙ୍କର ମଙ୍ଗଳ କରିବା ବଦଳରେ ସେମାନଙ୍କର ପରିବାରକୁ ଭାଙ୍ଗିଦେବ ।

ସମ୍ବନ୍ଧିତ ଖବର