ଉତ୍ତର-ପୂର୍ବାଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବ ଉଡ଼ନ୍ତା ଡାକ୍ତରଖାନା

ନୂଆଦିଲ୍ଲୀ: ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଏବେ ମଧ୍ୟ ଏପରି ଅଞ୍ଚଳ ରହିଛି ଯେଉଁଠାକୁ ଏପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚିନାହିଁ । ଏପରିକି ସେସବୁ ସ୍ଥାନକୁ ରେଳସଂଯୋଗ ତ ଦୂର ସାଧାରଣ ସଡ଼କ ସୁବିଧା ମଧ୍ୟ ନାହିଁ । ସ୍ୱାଧୀନତାର ୭୦ ବର୍ଷ ପରେ ବି ସେଭଳି ସ୍ଥାନରେ ଆଧୁନିକ ସ୍ୱାସ୍ଥ୍ୟସେବା ପହଞ୍ଚିପାରିନାହିଁ ।

କିନ୍ତୁ ଏବେ ସେସବୁ ସ୍ଥାନ ପାଇଁ ଆଶାର ଆଲୋକ ଦେଖାଦେଇଛି । ଆସାମକୁ ଛାଡି ଉତ୍ତର ପୂର୍ବାଞ୍ଚଳର ୬ଟି ରାଜ୍ୟରେ ମୋବାଇଲ ଏୟାର ଡିସପେନସେରୀ ବା ଉଡନ୍ତା ଡାକ୍ତରଖାନା ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ତିନୋଟି ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ, ବେସାମରିକ ବିମାନଚଳାଚଳ ଓ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ମିଳିତ ଭାବେ ଏହି ପ୍ରକଳ୍ପ ଆରମ୍ଭ କରିବେ । ରାଷ୍ଟ୍ରାୟତ ହେଲିକ୍ୟାପ୍ଟର କମ୍ପାନି ପବନ ହଂସ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯିବ । ପବନ ହଂସର ୨ଟି ମୋବାଇଲ ଏୟାର ଡିସପେନସେରୀ ଏଥିଲାଗି କାର୍ଯ୍ୟ କରିବ । ଏସବୁ ହେଲିକ୍ୟାପ୍ଟର ଗୁଡ଼ିକରେ କେ ସାଧାରଣ ସ୍ୱାସ୍ଥ୍ୟକେନ୍ଦ୍ରର ସବୁ ସୁବିଧା ରହିବା ସହ ଅଭିଜ୍ଞ ଡାକ୍ତର ରହିବେ । କେନ୍ଦ୍ର ସରକାର ଏଥିଲାଗି ୮୦ରୁ ୧୦୦ କୋଟି ଟଙ୍କା ମଂଜୁର କରିବାକୁ ରାଜି ହୋଇଛନ୍ତି । ଏହି ସେବା ପାଇଁ ମାସକୁ ପ୍ରାୟ ୧.୮୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପବନ ହଂସ ଅଟକଳ କରିଛି ।

ସମ୍ବନ୍ଧିତ ଖବର