ଆଇଏଏଫ ପାଇଲଟ ନିଜ ଜୀବନକୁ ବାଜି ଲଗାଇ ଏପରି ବଞ୍ଚାଇଲେ ଅନେକ ଲୋକଙ୍କ ଜୀବନ

କଚ୍ଛ: ମଙ୍ଗଳବାର ସକାଳେ ବାୟୁସେନାର ଫାଇଟର ଏୟରକ୍ରାପ୍ଟ ଜଗୁଆର ଗୁଜୁରାଟ କଚ୍ଛରେ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ପାଇଲଟ ଏୟାର କମାଣ୍ଡର ସଞ୍ଜୟ ଚୌହ୍ଵାନ୍‌ଙ୍କ ମୃତ୍ୟୁ ହୋଇଛି। ଚୌହ୍ଵାନ ନିଜ ଜୀବନକୁ ବାଜି ଲାଗାଇ ଅନେକ ଜୀବନ ବଞ୍ଚାଇଛନ୍ତି।

ଚୌହ୍ଵାନ ଦୁର୍ଘଟଣା ପୂର୍ବରୁ ଏୟାରକ୍ରାପ୍ଟ ଜଗୁଆରକୁ ନଦୀ ନିକଟରେ ଓହ୍ଲାଇବା ପାଇଁ ଚେଷ୍ଟା କରିଥିଲେ। ପୁଣି ସେ ନିଜ ଜୀବନକୁ ବାଜି ଲଗାଇ ଏକ ଖାଲି କ୍ଷତରେ ବିମାନର ଜୁରୁରିକାଳୀନ ଅବତରଣ କରିଥିଲେ। ଯଦି ବିମାନ ଗ୍ରାମ ଉପରେ ପଡ଼ି ଥାଆନ୍ତା ତେବେ ଏଥିରେ କେତେ ଲୋକଙ୍କ ଜୀବନ ଚାଲି ଯାଇଥାଆନ୍ତା। ସଞ୍ଜୟଙ୍କୁ ଏହି ଦୁର୍ଘଟଣାରେ ଗମ୍ଭୀର ଭାବେ ଆଘାତ ଲାଗିଥିଲା। ଶେଷରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସୂଚନାଯୋଗ୍ୟ,  ଭାରତୀୟ ବାୟୁସେନା ଜଗୁଆର ଯୁଦ୍ଧ ବିମାନ ଗୁଜୁରାଟର ଜାମନଗରରୁ ଉଡାଣ ଭରିବାର କିଛି ସମୟ ଭିତରେ କଚ୍ଛ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ବରେଜା ଗ୍ରାମର ଏକ କ୍ଷେତରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜାମନଗର ବାୟୁସେନା କେନ୍ଦ୍ରର ଏୟାର ଅଫିସର କମାଣ୍ଡିଂ, ଏୟାର କମାଣ୍ଡର ସଞ୍ଜୟ ଚୌହ୍ଵାନ୍‌ଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର