ସାମାଜିକ ଗଣମାଧ୍ୟମରେ ଘଣ୍ଟା ଘଣ୍ଟା ବିତାଇ ଅନିଦ୍ରା ରହୁଛନ୍ତି ବାୟୁ ସେନା ପାଇଲଟ୍‌; ଘଟୁଛି ଦୁର୍ଘଟଣା

ନୂଆଦିଲ୍ଲୀ: ସବୁ ସମୟରେ ପାଇଲଟ୍‌ ବିମାନଗୁଡ଼ିକୁ ପ୍ରସ୍ତୁତ କରି ରଖିବା ନିମନ୍ତେ ଭାରତୀୟ ବାୟୁ ସେନାକୁ ଗୋଟାଏ ବିଚିତ୍ର ଆହ୍ଵାନର ସମ୍ମୁଖୀନ ହେବାକୁ ପଡୁଛି। ସାମାଜିକ ଗଣମାଧ୍ୟମକୁ ଏଥିପାଇଁ ଦୋଷ ଦିଆଯାଇଛି। ସାମାଜିକ ଗଣମାଧ୍ୟରେ ଦୀର୍ଘ ସମୟ ବିତାଉ ଥିବା କାରଣରୁ ବାୟୁସେନାର ପାଇଲଟ୍‌ମାନେ ନିଦ୍ରା ବିରତ ହେଉଛନ୍ତି। ଏଇ କାରଣରୁ ୨୦୧୩ରେ ରାଜସ୍ଥାନରେ ମାରାତ୍ମକ ବିମାନ ଦୁର୍ଘଟନା ଘଟିଥିଲା। ଏ କଥା ପ୍ରକାଶ କରିଛନ୍ତି ଏୟାର୍‌ ଚିଫ୍‌ ମାର୍ସାଲ୍‌ ବିଏସ୍‌ ଧାନ୍‌ଓ୍ଵା।

ବେଙ୍ଗାଲୁରୁ ଠାରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଏୟାର୍‌ ଚିଫ୍‌ କହିଲେ, ପାଇଲଟ୍‌ମାନଙ୍କ ମଧ୍ୟରେ ବିନିଦ୍ରତା ଆମ ପାଇଁ ଗୋଟାଏ ନୂତନ ଆହ୍ଵାନ।

ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଯୋଗୁଁ ଉପୁଜୁଥିବା ସମସ୍ୟାଟି ହେଉଛି ନିଦ୍ରାହୀନତା। ଦୀର୍ଘ ରାତି ଯାଏଁ ଅଧିକାଂଶ ଲୋକ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଛନ୍ତି। କକ୍‌ପିଟ୍‌କୁ ଯିବା ନିମନ୍ତେ ଜଣେ ବ୍ୟକ୍ତି ଉପଯୁକ୍ତ ନୁହନ୍ତି ବୋଲି ଜାଣିବାକୁ କୌଣସି ଚେକ୍‌ ମେକାନିଜମ୍‌ ରହିବା ଆବଶ୍ୟକ।

ବେଙ୍ଗାଲୁରୁର ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏରୋସ୍ପେସ୍‌ ମେଡିସିନ୍‌’ ଠାରେ ‘ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ଏରୋସ୍ପେସ୍‌ ମେଡିସିନ୍‌’ର ୫୭ତମ ବାର୍ଷିକ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ବାୟୁସେନା ମୁଖ୍ୟ ଭାଷଣ ଦେଉଥିଲେ।

ବିନିଦ୍ରତାର ବିପଦ ଉପରେ ଗୁରୁତ୍ୱାରୋପ କରି ବାୟୁସେନା ମୁଖ୍ୟ କହିଲେ ଯେ ପାଇଲଟ୍‌ଙ୍କ ବିନିଦ୍ରତା ହିଁ ୨୦୧୩ରେ ହୋଇଥିବା ମାରାତ୍ମକ ବିମାନ ଦୁର୍ଘଟନାର କାରଣ।

ଧାନାଓ କହିଲେ: ୨୦୧୩ରେ ଉତ୍ତରଲାଇ ଠରେ ହୋଇଥିବା ଦୁଃଖଦ ମାରାତ୍ମକ ବିମାନ ଦୁର୍ଘଟନାର କାରଣ ହେଲା ଦୀର୍ଘ ଦିନ ଧରି ନିଦ୍ରାରୁ ବିରତ ରହିବା।

ସେ କହିଲେ, ସମୟ ବଦଳିଛି ଏବଂ କକ୍‌ପିଟ୍‌ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ପାଇଲଟ୍‌ଜଣକ ଯଥେଷ୍ଟ ଶୋଇଛନ୍ତି କି, ନାହିଁ ଜାଣିବାକୁ ଉପାୟ ଚିନ୍ତା କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର