ଏୟାରହଷ୍ଟେସ୍‌ ଆତ୍ମହତ୍ୟା ମାମଲା :ଜେଲ୍‌ ଗଲେ ଅଭିଯୁକ୍ତ ସ୍ୱାମୀ

ନୂଆଦିଲ୍ଲୀ: ଦିଲ୍ଲୀ ଏୟାରହଷ୍ଟେସ୍‌ ଆତ୍ମହତ୍ୟା ମାମଲାରେ ଆଜି ଦିଲ୍ଲୀ କୋର୍ଟ ଅଭିଯୁକ୍ତ ସ୍ୱାମୀଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ୩୯ ବର୍ଷୀୟା ଆନିସିଆ ବାତ୍ରାଙ୍କ ସ୍ୱାମୀ ମାୟଙ୍କ ସିଂହଭିଙ୍କୁ ହାଜତରେ ଜେରା ଆବଶ୍ୟକ ନାହିଁ ବୋଲି ଦିଲ୍ଲୀ ପୁଲିସ କହିବାପରେ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଅନୁଜ କୁମାର ମାୟଙ୍କଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ମାୟଙ୍କଙ୍କ ପତ୍ନୀ ଆନିସିଆ ଜର୍ମାନ୍‌ ଏୟାରଲାଇନ୍‌ରେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର