ସିକ୍ୟୁରିଟି ଚେକ୍‌ ବେଳେ ମା’ କୋଳରୁ ଖସି ପଡ଼ିଲା ୧୦ମାସର ଶିଶୁ, ତଳେ ପଡ଼ିବା ପୂର୍ବରୁ ଧରି ପକାଇଲେ ଏୟାର ହୋଷ୍ଟେସ

ଟଙ୍କା ରୋଜଗାର ପାଇଁ ବିଭିନ୍ନ ମାଧ୍ୟମ ରହିଛି । କିଛି ମାଧ୍ୟମ କାହା ପାଇଁ ସହଜ, ତ’ ଆଉ କିଛି କଷ୍ଟକର । ସେଭଳି ଏକ କଷ୍ଟକର କାମ ହେଉଛି ଏୟାର ହୋଷ୍ଟେସର ଦାୟିତ୍ୱ ନିର୍ବାହ କରିବା । ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାତ୍ରୀମାନେ ବିମାନରେ ଚଢ଼ିବା ଠାରୁ ଆରମ୍ଭ କରି ଓହ୍ଲାଇବା ପର୍ଯ୍ୟନ୍ତ, ଏମାନେ ବିମାନ ଭିତରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ବିଗତ ଅତୀତରେ ବିଭିନ୍ନ ବିମାନ କମ୍ପାନିରେ ଉପଲବ୍ଧ ଥିବା ଏୟାର ହୋଷ୍ଟେସ ସୁବିଧାକୁ ନେଇ ଅନେକ ଅଭିଯୋଗ ହୋଇ ସାରିଥିବା ବେଳେ ଏବେ ଏକ ନୂଆ ଚିତ୍ର ସାମ୍ନାକୁ ଆସିଛି । ଏଥର ବିମାନ କର୍ମଚାରୀଙ୍କ ଅବହେଳା ପାଇଁ ନୁହେଁ; ବରଂ ଦାୟିତ୍ୱବାନ ଗୁଣ ପାଇଁ ବିମାନ କମ୍ପାନି ଚର୍ଚ୍ଚାର ପରିସରକୁ ଆସିଛି । ଜେଟ୍‌ ଏୟାରେଓ୍ଵଜ୍‌ର ଏୟାର ହୋଷ୍ଟେସ ନିଜ କଥା ନ ଭାବି ଜଣେ ଶିଶୁର ଜୀବନ ବଞ୍ଚାଇଥିବା ଜଣା ପଡ଼ିଛି । ଏହି ଘଟଣାଟି ମୁମ୍ବାଇ ଏୟାରପୋର୍ଟରେ ଘଟିଥିବା ଜଣା ପଡ଼ିଛି ।

WION

ସୂଚନା ମୁତାବକ, ମୁମ୍ବାଇରୁ ଅହମଦାବାଦ୍‌ ଯିବା ପାଇଁ ସୁକ୍ୟୁରିଟି ଚେକିଂ ପାଇଁ ଜଣେ ମହିଳା ଆସି ଲାଇନ୍‌ରେ ଛିଡ଼ା ହୋଇଥିଲେ । ଏହି ସମୟରେ ହଠାତ୍‌ ତାଙ୍କ କୋଳରେ ଥିବା ୧୦ମାସର ଶିଶୁଟି ତଳକୁ ଖସି ପଡ଼ିଥିଲା । ମହିଳା ଜଣଙ୍କ କ’ଣ କରିବେ କିଛି ଜାଣି ପାରି ନଥିବା ବେଳେ ଏହି ସମୟରେ ସେଠାରେ ପାଖରେ ଜଣେ ଏୟାର ହୋଷ୍ଟେସ ଆସି ଶିଶୁଟିକୁ ଧରି ପକାଇଥିଲେ । ଶିଶୁଟିକୁ ଏକ ନିଶ୍ଚିତ ବିପଦ ମୁଖରୁ ବଞ୍ଚାଇବା ସମୟରେ ସେ ତଳେ ପଡ଼ି ଯିବାରୁ ତାଙ୍କୁ ଆଘାତ ଲାଗିଥିବା ଜଣା ପଡ଼ିଛି । ଏୟାର ହୋଷ୍ଟେସଙ୍କ ଏଭଳି କାମ ସଂପର୍କରେ ଖବର ପ୍ରଚାର ଓ ପ୍ରସାରିତ ହେବା ପରେ ସମସ୍ତେ ତାଙ୍କର ଏହି କାମକୁ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର