ଚୀନ୍‌ ଚାପରେ ତାଇଓ୍ଵାନ୍‌କୁ ‘ଚାଇନିଜ୍‌ ତାଇପେଇ’ ବୋଲି େଓ୍ଵବ୍‌ସାଇଟ୍‌ରେ ଉଲ୍ଲେଖ କଲା ଏୟାର୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଚୀନ୍‌ର ଦାବି ଅନୁସାରେ, ଭାରତ ଆଉ ତା’ର େଓ୍ଵବ୍‌ସାଇଟ୍‌ରେ ତାଇଓ୍ଵାନ୍‌ ଗୋଟାଏ ଭିନ୍ନ ଅଞ୍ଚଳ ବୋଲି ଉଲ୍ଲେଖ ନ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁଁ ପ୍ରାରମ୍ଭିକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ଯାଇଛି। ଗତ ମାସରେ ତାଇଓ୍ଵାନ୍‌କୁ ‘ତାଇଓ୍ଵାନ୍‌’ ବୋଲି ରେଫର୍‌ କରିଥିବା ଏୟାର୍‌ ଇଣ୍ଡିଆର େଓ୍ଵବ୍‌ସାଇଟ୍‌ ଏବେ ତାହାକୁ ‘ଚାଇନିଜ୍‌ ତାଇପେଇ’ ବୋଲି ରେଫର୍‌ କରିଛି।

ତାଇଓ୍ଵାନ୍‌ ଚୀନ୍‌ର ଅଂଶ ବିଶେଷ ବୋଲି ଏହି ପଦକ୍ଷେପ ବାସ୍ତବ ପରିଚୟ ଦେଉଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅବଗତ ନ କରାଇ ଏୟାର୍‌ ଇଣ୍ଡିଆ ଏଭଳି କରିବା ପ୍ରସଙ୍ଗକୁ ଗ୍ରହଣ କରିବା ଅତି କଷ୍ଟକର। ଏହି ପଦକ୍ଷେପ ଅନ୍ୟାନ୍ୟ କ୍ଷେତ୍ରରେ ଏକ ଆଦର୍ଶ ଭାବେ କାର୍ଯ୍ୟ କରୁଛି କି, ନାହିଁ ଦେଖିବାର କଥା। ଅନିଚ୍ଛା ସତ୍ତ୍ୱେ ଭାରତ ଚୀନ୍‌ର ଦାବିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ବେଳେ ଭାରତର ପ୍ରାଦେଶିକ ଦାବି ପ୍ରସଙ୍ଗରେ ବେଜିଙ୍ଗ୍‌ କୌଣସି ସୌହାର୍ଦ୍ଦ୍ୟପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ନାହିଁ। ପାକ୍‌ ଅଧିକୃତ କଶ୍ମୀର ଏବଂ ଅରୁଣାଚଳ ବୁଝାମଣା ଭଳି କୌଣସି ପ୍ରସଙ୍ଗ ଉଲ୍ଲେଖ ନ କରି ଭାରତ-ଚୀନ୍‌ ଏବଂ ଚୀନ୍‌-ଭାରତ ମଧ୍ୟରେ ଥିବା ସମ୍ପର୍କରେ କୌଣସି ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ପ୍ରସଙ୍ଗ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଧ୍ୟ ଏ ପର୍ଯ୍ୟନ୍ତ ଉପସ୍ଥାପନ କରିନାହିଁ।

ଗତ ଏପ୍ରିଲ୍‌ ଶେଷ ଆଡ଼କୁ ଚୀନ୍‌ର ବେସାମରିକ ବିମାନ ଚଳାଚଳ ପ୍ରଶାସନ ପଠାଇଥିବା ପତ୍ରରେ ୩୬ଟି ଆନ୍ତର୍ଜାତିକ ଏୟାର୍‌ ଲାଇନ୍‌ସ୍‌କୁ ନିର୍ଦେଶ ଦିଆଯାଇଛି। ଓ୍ଵାନ୍‌ ଚାଇନା ନୀତି ଭିତ୍ତିରେ ତାଇଓ୍ଵାନ୍‌, ମାକାଉ ଓ ହଙ୍ଗ୍‌କଙ୍ଗ୍‌କୁ ପତ୍ର ପାଇଥିବା ଏୟାର୍‌ଲାଇନ୍‌ମାନେ ସେମାନଙ୍କ େଓ୍ଵବ୍‌ସାଇଟ୍‌ରେ ଚୀନ୍‌ର ଅଂଶ ବିଶେଷ ବୋଲି ଚିହ୍ନିତ କରନ୍ତୁ। ଏୟାର୍‌ କାନାଡା ଏବଂ ଲୁଫ୍‌ଥାନ୍‌ସା ଭଳି କେତେକ ଏୟାର୍‌ଲାଇନ୍‌ ଏ କଥା ସ୍ୱୀକାର କରିଛନ୍ତି। କିନ୍ତୁ, କେତେକ ଆମେରିକୀୟ ଏୟାର୍‌ଲାଇନ୍‌ ଏବଂ ଏୟାର୍‌ ଇଣ୍ଡିଆ ଏଥିରେ ସହମତି ପ୍ରକାଶ କରି ନାହାନ୍ତି। ଏ କଥା ସ୍ୱୀକାର କରିବାକୁ ବେଜିଙ୍ଗ୍‌ ସେମାନଙ୍କୁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲା। ଯଦି ଏହାକୁ ସେମାନେ ସ୍ୱୀକାର ନ କରନ୍ତି ତେବେ ଚୀନ୍‌ ବିମାନ ବନ୍ଦରକୁ ସେମାନଙ୍କ ବିମାନ ଚଳାଚଳ କଷ୍ଟକର ହୋଇପଡ଼ିବ ବୋଲି ଚୀନ୍‌ ଚେତାବନୀ ଦେଇଥିଲା। ୧୯୪୯ ଗୃହ ଯୁଦ୍ଧ ପର ଠାରୁ ତାଇଓ୍ଵାନ୍‌ ନିଜର ସରକାର ଦ୍ୱାରା ଶାସିତ ହେଉଥିଲେ ମଧ୍ୟ ତାଇଓ୍ଵାନ୍‌ ଚୀନ୍‌କୁ ଏକ ପୃଥକ୍‌ ହୋଇ ଯାଇଥିବା ପ୍ରଦେଶ ବୋଲି ବିଚାର କରୁଛି।

ସମ୍ବନ୍ଧିତ ଖବର