ବିମାନ ଚଳାଚଳ ମନ୍ତ୍ରୀ ବସି ଥିବା ସତ୍ତ୍ୱେ ଏୟାର୍‌ ଇଣ୍ଡିଆ ବିମାନର ୯୦ ମିନିଟ ବିଳମ୍ବରେ ଉଡ଼ାଣ

ନୂଆଦିଲ୍ଲୀ: ବୁଧବାର ଦିନ ୧୦୦ରୁ ଅଧିକ ଯାତ୍ରୀ ବସିଥିବା ଏୟାର ଇଣ୍ଡିଆ ୪୫୯ ବିମାନଟି ନିର୍ଦ୍ଧାରିତ ସମୟ ଠାରୁ ଦେଢ଼ ଘଣ୍ଟା ବିଳମ୍ବ ହେବା ସତ୍ତ୍ୱେ ଉଡ଼ାଣ ଆରମ୍ଭ କରି ନ ଥିଲା। ଯାତ୍ରୀମାନଙ୍କ ମଧ୍ୟରେ ଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପି ଅଶୋକ ଗଜପତି ରାଜୁ।

ଯାତ୍ରୀମାନେ ବିଳମ୍ବ ସଂକ୍ରାନ୍ତରେ ରାଜୁଙ୍କୁ ପଚାରିବାରୁ ସେ ଏ କଥା ଏୟାର୍‌ ଇଣ୍ଡିଆ ଚେଆର୍‌ମ୍ୟାନ୍‌ ଏବଂ ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର୍‌ ପ୍ରଦୀପ ଖାରୋଲାଙ୍କ ପଚାରିଲେ।

ନିର୍ଦ୍ଧରିତ ସମୟ ଠାରୁ ୯୦ ମିନିଟ୍‌ ବିଳମ୍ବରେ ବିମାନ ଉଡ଼ାଣ ଆରମ୍ଭ କଲା। ବିଳମ୍ବରେ ବିମାନ ବନ୍ଦରରେ ପହଞ୍ଚିବାରୁ ଏୟାର୍‌ ଇଣ୍ଡିଆ ତିନି ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିବା ସହ କ୍ୟାପ୍‌ଟେନ୍‌ଙ୍କୁ ଚେତାବନୀ ପତ୍ର ଦେଇଛନ୍ତି। ଏ କଥା କହିଛନ୍ତି ଏୟାର୍‌ ଇଣ୍ଡିଆର ମୁଖପାତ୍ର ଜିପି ରାଓ।

Image Courtesy of HT

ଏ ବର୍ଷ ପ୍ରାରମ୍ଭରେ ଦିଲ୍ଲୀରୁ କୋଚି ଯିବାକୁ ଥିବା ଏୟାର ଇଣ୍ଡିଆ ୦୪୮ ବିମାନରେ ଦୁଇ ଜଣ କ୍ୟାବିନ୍‌ କ୍ରୁ ବିବାଦ କରିବାରୁ ଇନ୍ଦିରା ଗାନ୍ଧୀ ଇଣ୍ଟର୍‌ ନେସ୍‌ନାଲ୍‌ ଏୟାର୍‌ପୋର୍ଟରୁ ଏକ ଘଣ୍ଟା ୪୦ ମିନିଟ ବିଳମ୍ବରେ ବିମାନ ଉଡ଼ାଣ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର