ବିଳମ୍ବରେ ବିମାନ ପହଞ୍ଚିବାରୁ ଯାତ୍ରୀଙ୍କୁ ୮.୮ଲକ୍ଷ ଟଙ୍କା ଜରିମାନା ଦେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ନିଜର ଏକ ତ୍ରୁଟି ପାଇଁ ଏବେ ୮.୮ଲକ୍ଷ ଟଙ୍କାର ଜରିମାନା ଦେବାକୁ ଯାଉଛି ଏୟାର ଇଣ୍ଡିଆ । ଯାତ୍ରୀସେବାରେ ବାଧାସୃଷ୍ଟି ହୋଇଥିବାରୁ ଏୟାର ଇଣ୍ଡିଆ ତରଫରୁ ଏହି ରାଶି ଯାତ୍ରୀମାନଙ୍କୁ ଦିଆଯିବ ବୋଲି ଜଣାପଡ଼ିଛି । ମେ ୯ରେ ଦିଲ୍ଲୀରୁ ଚିକାଗୋ ଯାଉଥିବା ଏୟାର ଇଣ୍ଡିଆ ବିମାନ (ନଂ୧୨୭) ଚିକାଗୋରେ ପହଞ୍ଚିବା ପାଇଁ ଆବଶ୍ୟକତାଠାରୁ ଅଧିକ ସମୟ ଲଗାଇଥିଲା । ଯିବା ପାଇଁ ୧୬ଘଣ୍ଟା ସମୟ ଲାଗୁଥିବା ବେଳେ ବିମାନ କର୍ମଚାରୀଙ୍କ ଭୁଲ୍‌ ପାଇଁ ପ୍ରାୟ ୬ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା ବିମାନ । ଯାହାର ଫଳ ସ୍ୱରୁପ ଏୟାର ଇଣ୍ଡିଆକୁ ୮.୮ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି ।

Hindustan Times

ଆମେରିକାର ଗାଇଡ଼୍‍ଲାଇନ୍‌ ଅନୁସାରେ ନିର୍ଦ୍ଧାରିତ ସମୟ ଠାରୁ ଯାତ୍ରୀମାନେ ଯଦି ୪ଘଣ୍ଟା ଅଧିକ ବିମାନ ମଧ୍ୟରେ ବସି ରହୁଛନ୍ତି, ତେବେ ବିମାନ କମ୍ପାନୀ ପ୍ରତି ଯାତ୍ରୀମାନଙ୍କୁ ଜରିମାନା ଆକାରରେ ୨୭,୫୦୦ଟଙ୍କା ଦେବ । ଏୟାର ଇଣ୍ଡିଆ ବିମାନରେ ସେ ଦିନ ୩୨୩ଜଣ ଯାତ୍ରୀ ଥିବାରୁ ସର୍ବମୋଟ୍‌ ୮.୮ଲକ୍ଷ ଟଙ୍କା ଏୟାର ଇଣ୍ଡିଆକୁ ଦେବାକୁ ପଡ଼ିବ । ସୂଚନା ମୁତାବକ, ଦିଲ୍ଲୀ-ଚିକାଗୋ ବିମାନଟି ନିର୍ଦ୍ଧାରିତ ସମୟରେ ଚିକାଗୋରେ ପହଞ୍ଚିବାକୁ ଥିବା ବେଳେ ପାଗ ଖରାପ ହେତୁ ବିମାନଙ୍କୁ ମିଲୌକେ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା । ମିଲୌକେ ବିମାନ ବନ୍ଦରରୁ ଚିକାଗୋ ୧୯ମିନିଟ୍‌ ସମୟର ବାଟ ହୋଇଥିବା ବେଳେ କ୍ରିଉ ମେମ୍ବରଙ୍କ ଅବହେଳା ହେତୁ ବିମାନଟି ଉଡ଼ାଣ ଭରିବାରେ ୬ ଘଣ୍ଟା ବିଳମ୍ବ କରିଥିଲା । ୬ଘଣ୍ଟା ପର୍ଯ୍ୟନ୍ତ ଯାତ୍ରୀମାନେ ବିମାନରେ ବସି ରହିଥିଲେ । ୩୨୩ ଯାତ୍ରୀମାନଙ୍କ ମଧ୍ୟରୁ ୪୧ଜଣ ହୁଇଲ୍‌ଚେୟାରରେ ଥିବା ବେଳେ ଦୁଇ ଜଣ ଶିଶୁ ଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର