ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବା ପରେ ୨୪୪ଜଣ ଯାତ୍ରୀଙ୍କୁ ଧରି ଏୟାର ଇଣ୍ଡିଆ ବିମାନ ଦୁବାଇରେ ଜରୁରୀ ଅବତରଣ କଲା

ମୁମ୍ବାଇ: ମଙ୍ଗଳବାର ଦୁବାଇରୁ ମୁମ୍ବାଇ ଯାତ୍ରା ଆରମ୍ଭ କରିଥିବା ଏୟାର ଇଣ୍ଡିଆ ବୋଇଙ୍ଗ ୭୮୭ ଡ୍ରିମଲାଇନର ବିମାନର ମଝିଆକାଶରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନକୁ ଅଧା ଯାତ୍ରାରେ ଫେରାଇ ଆଣିଥିଲା।  ଫଳରେ ଯାତ୍ରାର ପ୍ରାୟ ଏକଘଣ୍ଟା ପରେ ପାଇଲଟ ବିମାନକୁ ଦୁବାଇ ବିମାନବନ୍ଦରରେ ଜରୁରୀ ଅବତରଣ କରିଛନ୍ତି।

ବିମାନରେ ଦେଖା ଦେଇଥିବା ସାଧାରଣ ଯାନ୍ତ୍ରିକ ତ୍ରୁଟିକୁ ଠିକ୍‌ କରିବା ପାଇଁ ମାତ୍ର ଏକରୁ ଦୁଇଘଣ୍ଟା ସମୟ ଲାଗିବ। କିନ୍ତୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବିମାନର ଜରୁରୀ ଅବତରଣ କରାଯାଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ଆବଶ୍ୟକ ସାମଗ୍ରୀ ସହିତ ଟେକ୍‌ନିସିୟାନ୍‌ ଟିମ୍‌ ବିମାନ ଅବତରଣ କରିବା ପୂର୍ବରୁ ହିଁ ଦୁବାଇ ବିମାନବନ୍ଦରରେ ପହଞ୍ଚି ଯାଇଥିଲେ।ଏୟାର ଇଣ୍ଡିଆ ପ୍ରବକ୍ତା ଧନଞ୍ଜୟ କୁମାରଙ୍କ କହିବାନୁସାରେ, ସ୍ଥାନୀୟ ସମୟ ଅନୁସାରେ ରାତି ୧୦ଟାରେ ପୁଣି ବିମାନ ଯାତ୍ରା ଆରମ୍ଭ କରିବ।

ଏସ୍‌ଓପି ଅନୁସାରେ ଯାଞ୍ଚ ପରେ  ପାଖାପାଖି ୨୪୪ଜଣ ଯାତ୍ରୀଙ୍କୁ ଧରି ଏହି ବିମାନଟି ଯାତ୍ରା ଆରମ୍ଭ କରିଥିଲା। ତେବେ ବିମାନରେ ସାମାନ୍ୟ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ିବା ପରେ ଦୁବାଇ ବିମାନବନ୍ଦରରେ ବିମାନକୁ ଜରୁରୀ ଅବତରଣ କରି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲା ଯାଇଛି। ଏୟାର ଇଣ୍ଡିଆର ଏହି ସମସ୍ତ ଯାତ୍ରୀମାନଙ୍କ ପାଇଁ ରହିବା ଓ ଖାଇବାର ବନ୍ଦୋବସ୍ତ ବି କରାଯାଇଛି।

ସମ୍ବନ୍ଧିତ ଖବର