ନୂଆଦିଲ୍ଲୀ: ଗୁରୁବାର ରାତିରେ ଦୁବାଇ ଅଭିମୁଖେ ବାହାରିଥିବା ଏୟାର ଇଣ୍ଡିଆର ଏକ ବିମାନ ତ୍ରିଚି ବିମାନ ବନ୍ଦର ପାଚେରିରେ ଧକ୍କା ଖାଇଛି।
୧୩୦ ଜଣ ଯାତ୍ରୀଙ୍କୁ ଧରି ବିମାନଟି ରନ୍େଓ୍ଵ ଆଡ଼କୁ ଯିବା ସମୟରେ ଦୁର୍ଘଟନା ଘଟିଥିଲା। ବିମାନର ଗୋଟିଏ ଅଂଶ ପାଚେରି ଉପରେ ଧକ୍କା ଖାଇବା କାରଣରୁ ସେଥିରେ ବୈଷୟିକ ତ୍ରୁଟି ଦେଖା ଦେଇଥିଲା। ପ୍ରାଥମିକ ମରାମତି ପରେ ବିମାନଟି ପ୍ରାୟ ୦୧୨୦ ସମୟରେ ମୁମ୍ବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ସେଠାରେ ଜରୁରୀ ଭିତ୍ତିରେ ଅବତରଣ କରି ସମ୍ପୂର୍ଣ୍ଣ ମରାମତି କରାଯାଇଥିଲା।
ଶେଷରେ ସେଠାରୁ ବିମାନ ଦୁବାଇ ଅଭିମୁଖେ ଯାଇ ନିରାପଦରେ ଯାତ୍ରା ଶେଷ କରିଥିଲା। ଘଟନାରେ କେହି ଆହତ ହୋଇ ନ ଥିବା ପ୍ରକାଶ।