ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଉଦ୍‌ବେଗଜନକ, ଫେରିଲା ଘନ କୁହୁଡ଼ି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ବାୟୁ ପ୍ରଦୂଷଣ ଉଦ୍‌ବେଗଜନକ ହୋଇଉଠିଛି। ଆଜି ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୪୫ରେ ପହଞ୍ଚିଛି, ଯାହାକି ଖରାପ ଶ୍ରେଣୀରେ ଆସୁଛି। ରାଜଧାନୀ ନିକଟସ୍ଥ ଗାଜିୟାବାଦ, ଫରିଦାବାଦ, ନଏଡ଼ା, ବାଗପତରେ ଏକ୍ୟୁଆଇ ଯଥାକ୍ରମେ ୨୮୭, ୨୩୩, ୨୭୫ ଏବଂ ୨୮୫ ରେକର୍ଡ କରାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ ହରିୟାଣାର କର୍‌ନାଲ ଜିଲ୍ଲାରେ ବାୟୁର ମାନ ରାତାରାତି ଖରାପରୁ ବହୁତ ଖରାପ ସ୍ତରରେ ପହଞ୍ଚିଯାଇଛି। ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୩୫୧କୁ ଛୁଇଁଛି। ୦ରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ‘ଭଲ’ ବୋଲି କୁହାଯାଉଥିବା ବେଳେ ୫୧ରୁ ୧୦୦ ମଧ୍ୟରେ ‘ସନ୍ତୋଷଜନକ’ ଏବଂ ୧୦୧ରୁ ୨୦୦ ମଧ୍ୟରେ ସ୍ଥିତିକୁ ‘ମଧ୍ୟମ’ ବୋଲି କୁହାଯାଉଛି। ୨୦୧ରୁ ୨୦୦ ମଧ୍ୟରେ ସ୍ଥିତିକୁ ‘ଖରାପ’, ୩୦୧ରୁ ୪୦୦ ମଧ୍ୟରେ ସ୍ଥିତିକୁ ‘ଅତି ଖରାପ’ ଏବଂ ୪୦୧ରୁ ୫୦୦ ମଧ୍ୟରେ ସ୍ଥିତିକୁ ‘ଅତି ଉଦ୍‌ବେଗଜନକ’ ଶ୍ରେଣୀରେ ରଖାଯାଇଛି।

ସମ୍ବନ୍ଧିତ ଖବର