ଏୟାର୍‌ପୋର୍ଟ ଅଥରେଟି ନିଯୁକ୍ତ କଲା ପ୍ରଥମ ମହିଳା ଫାୟାର୍‌ ଫାଇଟର

ନୂଆଦିଲ୍ଲୀ: ଏୟାର୍‌ପୋର୍ଟ ଅଥରେଟି ଅଫ୍‌ ଇଣ୍ଡିଆ(ଏଏଆଇ) ପ୍ରଥମ ଥର ପାଇଁ ମହିଳା ଫାୟାର୍‌ ଫାଇଟର୍‌(ଅଗ୍ନି ନିର୍ବାପକ) ନିଯୁକ୍ତ କରିଛି। ବର୍ତ୍ତମାନ ସୁଦ୍ଧା ଏଏଆଇରେ ସମୁଦାୟ ୩,୩୧୦ ଫାୟାର୍‌ ଫାଇଟର ଅଛନ୍ତି। ଭାରତରେ ଲ୍ୟାଣ୍ଡ୍‌ କରିବା ପାଇଁ ପ୍ରତ୍ୟେକ ବିମାନରେ ଜଣେ ଲେଖାଏଁ ଫାୟାର୍‌ ଫାଇଟର ନିଶ୍ଚୟ ରହିଥାନ୍ତି।

କଲିକତାର ଝିଅ ତାନିଆ ସନୟାଲଙ୍କୁ ନିଜର ଟ୍ରେନିଂ ସମାପ୍ତ କରିବା ପରେ ଏହି ଚାକିରି ପ୍ରଦାନ ଦିଆଯାଇଛି। ଏଏଆଇ ପକ୍ଷରୁ କୁହାଯାଇଛି ଯେ ତାନିଆ ହେଉଛନ୍ତି ପ୍ରଥମ ମହିଳା ଫାୟାର୍‌ ଫାଇଟର।

ଏହି ଚାକିରି ପାଇଁ ସର୍ବନିମ୍ନ ୧.୬ ମିଟର୍‌ ଉଚ୍ଚତା ବିଶିଷ୍ଟ ପୁରୁଷଙ୍କୁ ଯୋଗ୍ୟ ବିବେଚନା କରାଯାଇଥାଏ। ସେହିପରି ଉକ୍ତ ପୁରୁଙ୍କର ସର୍ବନିମ୍ନ ଓଜନ ୫୦ କିଲୋ ବୋଲି ନିୟମ ରହିଛି। ସେହିପରି ଜଣେ ମହିଳା ଫାୟାର୍‌ ଫାଇଟର ପାଇଁ ସର୍ବନିମ୍ନ ଓଜନ ୪୦ ଧାର୍ଯ୍ୟ କରାଯାଇଛି।

ଏତେ ବଡ଼ ସଫଳତା ପାଇବା ପରେ ତାନିଆ କୁହନ୍ତି, ‘ଏହା ମୋ ପାଇଁ ଏକ ଗର୍ବ ଓ ସମ୍ମାନର କଥା। ମୁଁ ସବୁବେଳେ କିଛି ଗୋଟେ ଚ୍ୟାଲେଞ୍ଜିଂ କରିବାକୁ ଚାହୁିଁଥିଲି। ମୋ ପରିବାର ଲୋକ ମୋତେ ସମର୍ଥନ ଦେଇଥିବାରୁ ମୁଁ ଅନେକ ଖୁସି।

ସମ୍ବନ୍ଧିତ ଖବର