ଭେଣ୍ଟିଲେଟର୍‌ରେ ଅଜିତ ଯୋଗୀ

ନୂଆଦିଲ୍ଲୀ : ଛତିଶଗଡ଼ ଜନତା-କଂଗ୍ରେସ ପାର୍ଟି ସୁପ୍ରିମୋ ତଥା ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ(୭୨)ଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଆଜି ତାଙ୍କ ଅବସ୍ଥା ହଠାତ୍‌ ଗୁରୁତର ହେବାରୁ ଏୟାର ଆମ୍ବୁଲାନ୍ସ ଯୋଗେ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ ଅଣାଯାଇଛି। ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିବା ଜଣାପଡ଼ିଛି। ନିମୋନିଆ ଯୋଗୁଁ ଯୋଗୀଙ୍କୁ ଗତ ୨୪ ତାରିଖ ଦିନ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଶ୍ୱାସପ୍ରଶ୍ୱାସ ନେବାରେ ଗୁରୁତର ସମସ୍ୟା ଉପୁଯିବାରୁ ତୁରନ୍ତ ଦିଲ୍ଲୀ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ରାୟପୁରରୁ ଦିଲ୍ଲୀ ଅଣାଯିବା ପରେ ଯୋଗୀଙ୍କୁ ଖ୍ୟାତନାମା ହୃଦରୋଗ ବିଶେଷଜ୍ଞ ଡ. ନରେଶ ତ୍ରେହାନଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଉଛି । କୌଣସି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ରୋକିବା ପାଇଁ ହସ୍ପିଟାଲରେ ବିହୀତ ପଦକ୍ଷେପ ଗ୍ରହଣ କରାଯାଇଛି ।

ସମ୍ବନ୍ଧିତ ଖବର