ଏଜେଏଲ୍‌ ଜମି ପୁନର୍ବଣ୍ଟନ ମାମଲା

ଭୂପିନ୍ଦର ହୁଦାଙ୍କ ବିରୋଧରେ, ସିବିଆଇ ଚାର୍ଜସିଟ୍‌

ନୂଆଦିଲ୍ଲୀ: ହରିୟାଣାର ପଞ୍ଚକୁଳାରେ ଏକ ଜମି ପୁନର୍ବଣ୍ଟନ ମାମଲାରେ ଆଜି ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦାଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍‌ ଦାଖଲ କରିଛି। ହୁଦାଙ୍କ ବାଦ୍‌ କଂଗ୍ରେସ ନେତା ମୋତିଲାଲ୍‌ ଭୋରା ଏବଂ ଏଜେଏଲ୍‌ (ଆସୋସିଏଟେଡ୍‌ ଜର୍ନାଲ୍ସ ଲିମିଟେଡ୍‌) ବିରୋଧରେ ଆଇପିସିର ଧାରା ୧୨୦-ବି ଏବଂ ୪୨୦ ଅଧୀନରେ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟରେ ଚାର୍ଜସିଟ୍‌ ଦାଖଲ ହୋଇଛି। ପୂର୍ବ ମୁଖ୍ୟମନ୍ତ୍ରୀ ହୁଦା ମଧ୍ୟ ହରିୟାଣା ଅର୍ବାନ ଡେଭଲପମେଣ୍ଟ୍‌ ଅଥରିଟି (ହୁଡ଼ା) ତଥା ହରିୟାଣା ସହରାଞ୍ଚଳ ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଥିଲେ ଏବଂ ମୋତିଲାଲ୍‌ ଭୋରା ଏଜେଏଲ୍‌ର ଅଧ୍ୟକ୍ଷ ଥିଲେ। ସିବିଆଇ ଏହାର ଚାର୍ଜସିଟ୍‌‌ରେ ଦର୍ଶାଇଛି ଯେ ୧୯୮୨ରେ ଏଜେଏଲ୍‌କୁ ପଞ୍ଚକୁଳାରେ ଏକ ଜମି ଦିଆଯାଇଥିଲା। କିନ୍ତୁ ଏଜେଏଲ୍‌ ୧୯୯୨ ପର୍ଯ୍ୟନ୍ତ ଏହି ଜମିରେ କିଛି ନିର୍ମାଣ କାର୍ଯ୍ୟ ନକରିବା ଫଳରେ ହୁଡ଼ା ପକ୍ଷରୁ ଏହି ଜମିକୁ ଫେରାଇ ନିଆଯାଇଥିଲା। ଏହି ସମାନ ଜମିକୁ ୨୦୦୫ରେ ବିକ୍ରି କରିଥିଲେ ହୁଡ଼ା ଅଧ୍ୟକ୍ଷ ହୁଦା।

ସମ୍ବନ୍ଧିତ ଖବର