ଭଣ୍ଡ ବାବାଙ୍କ ଦ୍ୱିତୀୟ ତାଲିକା ଜାରିକଲା ଆଖଡ଼ା ପରିଷଦ

ନୂଆଦିଲ୍ଲୀ: ସନାତନ ଧର୍ମକୁ ବଦନାମ କରୁଥିବା ବିବାଦୀୟ ବାବାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଆଜି ଅଖିଳ ଭାରତୀୟ ଆଖଡ଼ା ପରିଷଦ ଦେଶରେ ସକ୍ରିୟ ଥିବା ଭଣ୍ଡ ବାବାଙ୍କ ଦ୍ୱିତୀୟ ତାଲିକା ଜାରି କରିଛି। ତାଲିକାରେ ଦର୍ଶାଯାଇଥିବା ଭଣ୍ଡ ବାବାଙ୍କଠାରୁ ଜନସାଧାରଣ ଦୂରେଇ ରହିବା ଏବଂ ସେମାନଙ୍କ ଅପକର୍ମର ପର୍ଦ୍ଦାଫାସ କରିବାକୁ ଆହ୍ଵାନ ଦିଆଯାଇଛି। ଏହି ଦ୍ୱିତୀୟ ତାଲିକାରେ ନିକଟରେ ଚର୍ଚ୍ଚାକୁ ଆସିଥିବା ବୀରେନ୍ଦ୍ର ଦେବ ଦୀକ୍ଷିତ, ବସ୍ତିର ସଚ୍ଚିଦାନନ୍ଦ ସରସ୍ୱତୀ ଏବଂ ଆହ୍ଲାବାଦର ତ୍ରିକାଳ ଭବନ୍ତାଙ୍କ ନାମ ସାମିଲ ହୋଇଛି। ଏହା ସହିତ ରାଜସ୍ଥାନ ଅଲଓ୍ଵରର ଫଳାହାରୀ ବାବାଙ୍କୁ ମଧ୍ୟ ଆଖଡ଼ା ପରିଷଦ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି। ଆଖଡ଼ା ପରିଷଦର ବାଘମ୍ବରୀ ମଠରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସଂକ୍ରାନ୍ତୀୟ  ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଗତ ସେପଟେମ୍ବର ୧୦ ତାରିଖରେ ଆଖଡ଼ା ପରିଷଦ ଦେଶର ୧୪ ଜଣ ଭଣ୍ଡ ବାବାଙ୍କ ତାଲିକା ଜାରି କରିଥିଲା।

ସମ୍ବନ୍ଧିତ ଖବର