ଅଖି‌ଳେଶଙ୍କୁ ବିଏସ୍‌ପି, ଆପ୍‌ର ସମର୍ଥନ

ଲକ୍ଷ୍ନୌ,: ବେଆଇନ ବାଲି ଖନନ ଅଭିଯୋଗରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସିବିଆଇର ସାମ୍ନା କରିବାକୁ ଯାଉଛନ୍ତି। ଏହାର ବିରୋଧ କରି ବିରୋଧୀ ଦଳ ଗୁଡ଼ିକ ଏବେ ଅଖିଳେଶଙ୍କୁ ସମର୍ଥନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ବିଏସ୍‌ପି, କଂଗ୍ରେସ ଏବଂ ଆପ୍‌ ଆଜି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶଙ୍କୁ ସମର୍ଥନ କରିବା ସହ ଏନ୍‌ଡିଏ ସରକାର ପ୍ରତିଶୋଧର ରାଜନୀତି କରୁଛି ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପ‌କ୍ଷେ ସିବିଆଇ ଆଜି ଏହି ମାମଲାରେ ବଳିଷ୍ଠ ଦାବି ଉପସ୍ଥାପନ କରିଛି। ଉତ୍ତରପ୍ରଦେଶରେ ବେଆଇନ ବାଲି ଖନନ ମାମଲାରେ ବିସ୍ତୃତ ବର୍ଣ୍ଣନା କରି ସିବିଆଇ ଦାବି କରିଛି ଯେ ଅଖିଳେଶ ମୁଖ୍ୟମନ୍ତ୍ରୀ ଥିବା ମସୟରେ ଗୋଟିଏ ଦିନରେ ୧୩ ଟି ପ୍ରକଳ୍ପକୁ ମଂଜୁରି ଦେଇଥିଲେ।

ସମ୍ବନ୍ଧିତ ଖବର