ଅଖିଳେଶଙ୍କ ଘୋଷଣା: ସରକାରୀ ବଙ୍ଗଳା ଭାଙ୍ଗିଥିବା ଲୋକଙ୍କ ନାଁ କହିଲେ ୧୧ ଲକ୍ଷ ପୁରସ୍କାର

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପୂର୍ବ ସରକାରୀ ବଙ୍ଗଳାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଆଜି ଅଖିଳେଶଙ୍କ ତରଫରୁ ବଙ୍ଗଳା ବାବଦରେ ଏକ ସ୍ୱତନ୍ତ୍ର ଘୋଷଣା କରାଯାଇଛି। ବଙ୍ଗଳାକୁ ଭଙ୍ଗାଯାଇଥିବା ନେଇ ଅଭିଯୋଗ ପରେ ଏଥିରେ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବଙ୍ଗଳାକୁ ଭାଙ୍ଗିବା ପଛରେ ଯାହାର ହାତ ରହିଛି, ତାଙ୍କ ନାମ ପ୍ରକାଶ କଲେ ୧୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ତାଙ୍କ ଦଳ ସମାଜବାଦୀ ପାର୍ଟିର ସଦସ୍ୟମାନଙ୍କ ଠାରୁ ୨ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇ ଏହି ପୁରସ୍କାର ଦିଆଯିବ।

ସମ୍ବନ୍ଧିତ ଖବର