ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ସୁପ୍ରିମୋ ଅଖିଳେଶ ଯାଦବ ଏକ ଜନସଭାରେ ଯୋଗ ଦେଇ ବିଜେପିକୁ କଟାକ୍ଷ କରିଥିବା ଦେଖା ଯାଇଛି । ଏକ ସଭାକୁ ସମ୍ବୋଧନ କରି, ଲୋକେ କହୁଛନ୍ତି ଯେତେ ପର୍ଯ୍ୟନ୍ତ ବିଜେପି ସରକାର ରହିବ, ସେତେ ପର୍ଯ୍ୟନ୍ତ ଆମ ସୀମା ସୁରକ୍ଷିତ ରହିବ । କିନ୍ତୁ ଆମେ ସମାଜବାଦୀ ପାର୍ଟିର ଲୋକ କହିବାକୁ ଚାହୁଁଛୁ କି, ଆମେ ଦେଶର ସେନା ଉପରେ ଭରସା କରୁଛୁ । ମୋଦୀ ସରକାରଙ୍କ ଉପରେ ନୁହେଁ । ଯେ ପର୍ଯ୍ୟନ୍ତ ଦେଶର ବୀର ଯବାନ ସୀମାରେ ମୁତୟନ ରହିବେ, ସେ ପର୍ଯ୍ୟନ୍ତ ଆମ ସୀମା ସୁରକ୍ଷିତ ରହିବ । ସରକାର ତିଆରି ହୁଏ ପୁଣି ଭାଙ୍ଗିଯାଏ । କିନ୍ତୁ ଦେଶର ଯବାନ ସୀମାରେ ରହି ସବୁ ବେଳେ ଦେଶର ସୁରକ୍ଷା କରିଥାନ୍ତି । ବିଜେପି ଏବେ ଦେଶକୁ ଦୁଇ ଭାଗ କରିବାରେ ଲାଗି ପଡ଼ିଛି ବୋଲି କହିଥିଲେ ଅଖିଳେଶ ଯାଦବ ।
oneindia.comତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ବିଜେପିକୁ ବିପକ୍ଷ ଦଳ କଟାକ୍ଷ କରିବା ସହ ଏୟାର ଷ୍ଟ୍ରାଇକ୍ର ଶ୍ରେୟ ଯବାନମାନଙ୍କୁ ନ ଦେଇ ବିଜେପି ନିଜେ ନେଉଥିବା ଅଭିଯୋଗ କରି ଆସିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/qq.jpg)