କିନ୍ନର ଆବାସ ପାଇଁ ଅକ୍ଷୟ କୁମାର ଦାନ କଲେ ଦେଢ କୋଟି

ନୂଆଦିଲ୍ଲୀ : ଭାରତର ପ୍ରଥମ କିନ୍ନର ଆବାସ ପାଇଁ ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାର ୧.୫ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଚଳଚ୍ଚିତ୍ର ନିର୍ମାତା ରାଘବ ଲରେନ୍‌ସ ଚେନ୍ନାଇରେ କିନ୍ନରଙ୍କ ପାଇଁ ଏକ ‘କିନ୍ନର ଆବାସ’ ନିର୍ମାଣ କରୁଛନ୍ତି। ଭାରତର ଏହା ପ୍ରଥମ କିନ୍ନର ଆବାସ ବୋଲି ରାଘବ ନିଜ ଫେସବୁକ୍‌ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ଅକ୍ଷୟ କୁମାର ଦେଢ କୋଟି ଟଙ୍କା ସହାୟତା କରିଛନ୍ତି ବୋଲି ରାଘବ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର