ଛାତ୍ରୀମାନଙ୍କ ପାଇଁ ଖୁସି ଖବର! ସୈନିକ ସ୍କୁଲର ଦ୍ୱାର ଖୋଲିଲା ଛାତ୍ରୀଙ୍କ ପାଇଁ…

ନୂଆଦିଲ୍ଲୀ: ଦେଶର ଛାତ୍ରୀମାନଙ୍କ ପାଇଁ ଖୁସି ଖବର। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ଏବେ ଦେଶର ସୈନିକ ସ୍କୁଲଗୁଡ଼ିକର ଦ୍ୱାର ଛାତ୍ରୀମାନଙ୍କ ପାଇଁ ଖୋଲି ଦେଇଛନ୍ତି। ଏଣିକି ସୈନିକ ସ୍କୁଲମାନଙ୍କରେ ୧୦ରୁ ୨୦ ପ୍ରତିଶତ ସ୍ଥାନ ଛାତ୍ରୀମାନଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ନିଷ୍ଫତ୍ତି ନେଇଛନ୍ତି କେନ୍ଦ୍ର ସରକାର।

ସରକାରଙ୍କର ଏହି ନିଷ୍ପତ୍ତି ୨୦୨୧ ଠାରୁ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ୨୮ଟି ସୈନିକ ସ୍କୁଲରେ ଛାତ୍ରୀମାନଙ୍କ ପାଇଁ ଆବଶ୍ୟକୀୟ ଥିବା ସମସ୍ତ ଭିତ୍ତିିଭୂମିର ବିକାଶ ଘଟାଇବାକୁ କେନ୍ଦ୍ର ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ସରକାରମାନଙ୍କ ନିକଟକୁ ନିର୍ଦ୍ଦେଶନାମା ପଠା ଯାଇଛି।

Darpan

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଦେଶର ସଶସ୍ତ୍ର ସେନା ବାହିନୀରେ ନିଯୁକ୍ତି ପାଇଁ ଉପଯୁକ୍ତ କ୍ୟାଡେଟ୍‌ ପ୍ରସ୍ତୁତ କରିବା ପାଇଁ ଦେଶର ସୈନିକ ସ୍କୁଲଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲା। ଏଥିସହ ସୈନିକଗୁଡ଼ିକରେ କେବଳ ମାତ୍ର ଛାତ୍ରମାନେ ପଢ଼ି ପାରିବା ପାଇଁ ନିୟମ ଓ ବ୍ୟବସ୍ଥା ରହିଥିଲା।

ତେବେ, ଏହି ପ୍ରଚଳିତ ନିୟମ ଓ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ସୈନିକ ସ୍କୁଲମାନଙ୍କରେ ଛାତ୍ରୀମାନଙ୍କ ସହ ଛାତ୍ରୀମାନଙ୍କୁ ମଧ୍ୟ ପଢ଼ିବା ପାଇଁ ସୁଯୋଗ ଦେବାକୁ ସରକାରଙ୍କ ନିକଟରେ ବିଭିନ୍ନ ସମୟରେ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା। ଶେଷରେ କେନ୍ଦ୍ରର ମୋଦୀ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଓ ଏତିହାସିକ ନିଷ୍ପତ୍ତି ନେଇ ଏଣିକି ଛାତ୍ରୀମାନେ ମଧ୍ୟ ସୈନିକ ସ୍କୁଲରେ ପଢ଼ିବାର ସୁଯୋଗ ପାଇପାରିବେ ଏବଂ ସେମାନଙ୍କ ପାଇଁ ଦେଶର ପ୍ରତି ସୈନିକ ସ୍କୁଲରେ ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ସ୍ଥାନ ସଂରକ୍ଷିତ ରହିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର