ସରକାରଙ୍କ ନୂଆ ବ୍ୟବସ୍ଥା : ଖୁବ୍‌ ଶୀଘ୍ର ସବୁ ଭାରତୀୟଙ୍କୁ ମିଳିବ ହେଲ୍‌ଥ କାର୍ଡ଼

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଭାରତରେ ବାସ କରୁଥିବା ସବୁ ଲୋକମାନଙ୍କୁ ମିଳିବ ହେଲ୍‌ଥ କାର୍ଡ଼ । ଯେଉଁଥିରେ ଜଣେ ଲୋକର କ’ଣ କ’ଣ ଶାରୀରିକ ସମସ୍ୟା ରହିଛି ତାହାର ସୂଚନା ରହିବ । ଦେଶର ସବୁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରଗୁଡ଼ିକରେ ରୋଗୀମାନଙ୍କୁ ଏହି ଇଲେକ୍ଟ୍ରୋନିକ୍‌ କାର୍ଡ଼ ପ୍ରଦାନ କରାଯିବ, ଯେଉଁଥିରେ ରୋଗୀର ରୋଗ ବିଷୟରେ,ବର୍ତ୍ତମାନ କେଉଁ ରୋଗର ଚିକିତ୍ସା କରୁଛନ୍ତି ଏବଂ ପ୍ରେସ୍କ୍ରିପ୍‌ସନ୍‌ ବିଷୟରେ ସୂଚନା ରହିବ । ଏହି କାର୍ଡ଼ର ଏକ ଯୁନିକ୍‌ ଆଇଡେଣ୍ଟିଫିକେସନ୍‌ ନମ୍ବର ରହିବ, ଯାହାଦ୍ୱାରା ପ୍ରତ୍ୟେକ ଲୋକର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରିପୋର୍ଟ ତିଆରି କରାଯାଇ ପାରିବ ।

ସୂଚନା ମୁତାବକ,ସରକାର ଚଳିତ ବର୍ଷ କରାଯାଇଥିବା ବଜେଟ୍‌ରେ ‘ଆୟୁଷ୍ମାନ ଭାରତ’ ଶୀର୍ଷକ ଏକ ଯୋଜନାର ଘୋଷଣା କରାଯାଇଥିଲା । ଏହା ମାଧ୍ୟମରେ ୧.୫ ଲକ୍ଷ ସରକାରୀ ହେଲଥ୍‌ କେୟାର ଡ଼େଲିଭରି ସିଷ୍ଟମର ସବୁଠାରୁ ଛୋଟ ୟୁନିଟ୍‌ର ନବୀକରଣ କରାଯାଇ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ପରିଣତ କରିବା ପାଇଁ ଘୋଷଣା କରାଯାଇଥିଲା । ଚଳିତ ମାସ ଆରମ୍ଭରୁ ଛତିଶଗଡ଼ରେ ପ୍ରଥମ କରି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ଆରମ୍ଭ କରାଯାଇଥିଲା । ଏହାର ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ମାଧ୍ୟମରେ ହେଲ୍‌ଥ କାର୍ଡ଼ ବିଷୟରେ ଲୋକମାନଙ୍କୁ ଜଣାଇବା ପାଇଁ ସରକାର ପ୍ରୟାସ ଆରମ୍ଭ କରି ସାରିଛନ୍ତି । ଯଦି କୌଣସି ବ୍ୟକ୍ତିଙ୍କୁୁ ଦୁର୍ଘଟଣା ପରେ କୌଣସି ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଉଛି, ତେବେ ପାଖରେ ଥିବା ହେଲ୍‌ଥ କାର୍ଡ଼ ମାଧ୍ୟମରେ ଅଜଣା ବ୍ୟକ୍ତିଙ୍କର କ’ଣ କ’ଣ ଶାରୀରିକ ସମସ୍ୟା ରହିଛି ତାହା ପୂର୍ବରୁ ଜଣା ପଡ଼ିଯିବ । ଯାହା ଫଳରେ ଚିକିତ୍ସା ପାଇଁ ସମୟ ଲାଗିବ ନାହିଁ ।

ସମ୍ବନ୍ଧିତ ଖବର