ବିହାରରେ ବିଜେପି-ଜେଡିୟୁ ମେଣ୍ଟ ନେଇ ସ୍ଥିତି ସ୍ପଷ୍ଟ କଲେ ନୀତୀଶ, ସବୁକିଛି ଠିକ୍‌ ଅଛି

ପାଟନା‌ : ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଏବଂ ଜେଡିୟୁ ଉପସଭାପତି ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଲାଗି ରହିଥିବାବେଳେ ବିହାରରେ ବିଜେପି-ଜେଡିୟୁ ମେଣ୍ଟରେ ସମସ୍ୟା ସୃଷ୍ଟି ହୋଇଛି ବୋଲି କୁହାଯାଉଥିଲା। କିନ୍ତୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ସ୍ପଷ୍ଟ କରିଛନ୍ତି ଯେ, ବିଜେପି-ଜେଡିୟୁ ମେଣ୍ଟ ନେଇ କୌଣସି ସମସ୍ୟା ନାହିଁ। ସବୁକିଛି ଠିକ୍‌ ଅଛି ବୋଲି ନୀତୀଶ କହିଛନ୍ତି। ଜେଡିୟୁର ପ୍ରଶାନ୍ତ କିଶୋର ଗତକାଲି କହିଥିଲେ ମେଣ୍ଟରେ ତାଙ୍କ ଦଳ ବରିଷ୍ଠ ସହଯୋଗୀ ତେଣୁ ଜେଡିୟୁକୁ ଅଧିକ ଆସନ ମିଳିବା ଉଚିତ୍‌। ତେବେ ପ୍ରଶାନ୍ତ କିଶୋରଙ୍କ ଏହି ଟିପ୍ପଣୀ ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଥିଲେ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ। ସେ କହିଥିଲେ ୨୦୨୦ ବିଧାନସଭା ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ଲଢ଼ାଯିବ।

ସମ୍ବନ୍ଧିତ ଖବର