ସମସ୍ତ ପ୍ରବାସୀ ଭାରତୀୟ ବିବାହ ୪୮ ଘଣ୍ଟା ମଧ୍ୟରେ ପଞ୍ଜିକୃତ ହେବ: ମେନକା ଗାନ୍ଧୀ

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେଉଥିବା ସମସ୍ତ ପ୍ରବାସୀ ଭାରତୀୟ ବିବାହ ୪୮ ଘଣ୍ଟା ମଧ୍ୟରେ ପଞ୍ଜିକୃତ ହେବ ବୋଲି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ବୁଧବାର ଦିନ କହିଛନ୍ତି।

ଏ ପର୍ଯ୍ୟନ୍ତ ଭାରତରେ ବିବାହ ପଞ୍ଜିକରଣ ପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇ ନାହିଁ। କିନ୍ତୁ ଲ’ କମିସନ୍‌ ରିପୋର୍ଟରେ ସୁପାରିସ କରାଯାଇଛି କି, ବିବାହ ୩୦ ଦିନ ମଧ୍ୟରେ ପଞ୍ଜିକୃତ ହେବା କଥା। ତା’ ପରେ ପଞ୍ଜିକରଣ ପାଇଁ ଦୈନିକ ୫ ଟଙ୍କା ଲେଖାଏଁ ଲାଗୁ କରାଯିବ।

ଗାନ୍ଧୀ କହିଛନ୍ତି: ପ୍ରବାସୀ ଭାରତୀୟ ବିବାହ ୪୮ ଘଣ୍ଟା ମଧ୍ୟରେ ପଞ୍ଜିକୃତ ହେବ ନଚେତ୍‌ ପାସ୍‌ପୋର୍ଟ ଏବଂ ଭିସା ଇସ୍ୟୁ ହୋଇ ପାରିବ ନାହିଁ।
ସେ ଆହୁରି କହିଛନ୍ତି ଯେ, ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ରେଜିଷ୍ଟ୍ରାର୍‌ମାନଙ୍କୁ ଆଦେଶ ଜାରି କରି କହିଛି ଯେ ସେମାନେ ଏ ଭଳି ବିବାହର ସବିଶେଷ ବିବରଣୀ ମନ୍ତ୍ରାଳୟକୁ ଯୋଗାଇ ଦେବେ। ତା’ଦ୍ୱାରା ସେଣ୍ଟ୍ରାଲ୍‌ ଡାଟାବେସ୍‌ ଚଳାଯାଇପାରିବ।

ସମ୍ବନ୍ଧିତ ଖବର