କ’ଣ ଥିଲା ଅଯୋଧ୍ୟା ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ରାୟ?

ନୂଆଦିଲ୍ଲୀ : ଆହ୍ଲାବାଦ୍‌ ହାଇକୋର୍ଟ ୨୦୦୨ରେ ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ଜମି ବିବାଦ ମାମଲାର ଶୁଣାଣି ଆରମ୍ଭ କରିଥିଲେ। ଜଷ୍ଟିସ୍‌ ଏସ୍‌ୟୁ ଖାନ୍‌, ସୁଧୀର ଅଗ୍ରୱାଲ ଏବଂ ଡିଭି ଶର୍ମାଙ୍କୁ ନେଇ ଗଠିତ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୨୦୧୦ ସେପ୍ଟେମ୍ବର ୩୦ରେ ରାୟ ପ୍ରଦାନ କରିଥିଲେ। ୩ ଜଣିଆ ଖଣ୍ଡପୀଠ ରାୟ ଦେଇ ବିବାଦୀୟ ସ୍ଥଳକୁ ୩ ଭାଗରେ ତଥା ନିର୍ମୋହି ଆଖଡ଼ା, ରାମ୍‌ଲଲା ଏବଂ ସୁନ୍ନି ୱାକଫ୍‌ ବୋର୍ଡ ମଧ୍ୟରେ ବାଣ୍ଟି ଦେଇଥିଲେ। ତେବେ ବିବାଦୀୟ ସ୍ଥଳରେ ୩ ମାସ ପର୍ଯ୍ୟନ୍ତ ଯଥାସ୍ଥିତି କାଏମ ରଖିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସମସ୍ତ ପକ୍ଷ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଥି‌ଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଆହ୍ଲାବାଦ ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ କହିଥିଲେ ଯେ ମସଜିଦ୍‌ ନିର୍ମାଣ ପାଇଁ କୌଣସି ମନ୍ଦିର ଭଙ୍ଗା ଯାଇନଥିଲା।

ସମ୍ବନ୍ଧିତ ଖବର