ରଜନୀଙ୍କ ରଙ୍ଗ ଗୈରିକ କି? ଏହା ସତ ହେଲେ ତାଙ୍କ ସହ ମେଣ୍ଟ ଅସମ୍ଭବ : କମଲ ହାସାନ

ନୂଆଦିଲ୍ଲୀ: ବୋଧହୁଏ ତାମିଲ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ରାଜନୈତିକ କ୍ୟାରିୟର ଆଗକୁ ବେଶ ଆହ୍ଵାନପୂର୍ଣ୍ଣ ହେବାକୁ ଯାଉଛି । କାରଣ କିଛିଦିନ ତଳେ ତାଙ୍କ ଦଳ ସହ ହାତ ମିଳାଇବାକୁ କହୁଥିବା ଆଉଜଣେ ତାମିଲ ସୁପରଷ୍ଟାର କମଲ ହାସାନ ତାଙ୍କ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି । ସେ ଯଦି ଗୈରିକ ରଙ୍ଗର ପୂଜାରୀ ସାଜନ୍ତି ତେବେ ତାଙ୍କ ସହ ଗଠବନ୍ଧନ କରିବା ସମ୍ଭବ ନୁହେଁ ବୋଲି କମଲ କହିଛନ୍ତି । ସେ କହିଛନ୍ତି ତାଙ୍କର ଆଚରଣରୁ ହିନ୍ଦୁତ୍ୱର ଗନ୍ଧ ସେ ବାରିପାରୁଛନ୍ତି । ତାଙ୍କର ବିଜେପି ଆରଏସଏସ ସହ ଭଲ ସଂପର୍କ ରହିଛି, ସାଧୁସନ୍ୟାସୀଙ୍କ ସହ ମିଶିବାକୁ ସେ ଭଲ ପାଆନ୍ତି, ବର୍ଷରେ ଥରେ ହିମାଳୟ ଯାଆନ୍ତି । ସେ ଯଦି ନ ବଦଳନ୍ତି ତାଙ୍କ ସହ ହାତ ମିଳାଇବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଏକ ଭାଷଣ ଦେଇ ସେ କହିଛନ୍ତି ଯେ “ମୁଁ ଭାବୁଛି ରଜନୀ ସାର୍‌ଙ୍କ ରଙ୍ଗ ଗୈରିକ ନୁହେଁ । ଯଦି ତାଙ୍କ ରଙ୍ଗ ଗୈରିକ ଥାଏ ତେବେ ତାଙ୍କ ସହ ମେଣ୍ଟ କରିବା ସମ୍ଭବ ନୁହେଁ । ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ, ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ତାଙ୍କର ସମ୍ପର୍କ ଭଲ । ଏଣୁ ଯଦି ସମ୍ଭବ ହୁଏ ଅନ୍ୟ ମାନଙ୍କ ସହ ନିର୍ବାଚନୀ ମେଣ୍ଟ ବିକଳ୍ପ ଖୋଲା ଅଛି ।”

ସମ୍ବନ୍ଧିତ ଖବର