ପଦଫେରି ପାଇବାର ୩୬ ଘଣ୍ଟାପରେ ବହିଷ୍କାର ହେଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ କାଲି ନିଜ ପଦ ଫେରିପାଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଆଜି ନିଜ ପଦରୁ ହଟାଇଦିଆଯାଇଛି । ପ୍ରାୟ ୩୬ ଘଣ୍ଟା ନିଜ ପଦରେ ରହିବା ପରେ ତାଙ୍କୁ ପୁଣି ପଦ ହରାଇବାକୁ ପଡିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବସିଥିବା ସିଲେକ୍ଟ କମିଟି ବୈଠକରେ ଏହି ନିଷ୍ପତ୍ତି ୨-୧ ଭୋଟରେ ନିଆଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଏ.କେ. ସିକ୍ରି ଉପସ୍ଥିତ ଥିଲେ । ତାଙ୍କ ସ୍ଥାନରେ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର କେ. ନାଗଶ୍ୱର ରାଓ ପୁଣି ଦାୟିତ୍ୱରେ ରହିବାର ସମ୍ଭାବନା ରହିଛି ।

ଦୁର୍ନୀତି ମାମଲାର ସମ୍ମୁଖୀନ ହୋଇଥିବା ଆଲୋକ ବର୍ମା ସରକାରଙ୍କ ନିର୍ଦ୍ଦେଶକ୍ରମେ ସେ ଦୀର୍ଘ ୭୭ ଦିନ ଛୁଟିରେ ରହିବା ପରେ ଗତ ବୁଧବାର ଦିନ ନିଜ ପଦ ଫେରିପାଇଥିଲେ । ମାତ୍ର ୩୬ ଘଣ୍ଟା ପଦରେ ରହିବା ଭିତରେ ସେ କାମଚଳା ନିର୍ଦ୍ଦେଶକ ନାଗେଶ୍ୱର ରାଓ ନେଇଥିବା ବଦଳି ନିଷ୍ପତ୍ତିକୁ ବାତିଲ କରିଦେଇଥିଲେ । ଏହା ସହିତ କେତେକ ଅଫିସରଙ୍କୁ ବଦଳି କରିଦେଇଥିଲେ ।

ସମ୍ବନ୍ଧିତ ଖବର