ରାଜନୀତିରେ ପ୍ରବେଶ କରିବା ପରେ ସନ୍ନି ଦେଓଲଙ୍କୁ ଅମ୍ରିନ୍ଦର ସିଂହଙ୍କ କଟାକ୍ଷ : ସେ ଫିଲ୍ମର ଯବାନ, କିନ୍ତୁ ମୁଁ ଅସଲ ଜୀବନରେ ଜଣେ ଯବାନ; ସଫଳତା ଆମକୁ ହିଁ ମିଳିବ

ଚଣ୍ଡିଗଡ଼ : ଲୋକସଭା ନିର୍ବାଚନର ପର୍ଯ୍ୟାୟ ବଢ଼ି ଚାଲିଥିବା ବେଳେ ଦଳର ନେତାମାନଙ୍କ ମଧ୍ୟରେ ବୟାନବାଜି ମଧ୍ୟ ବଢ଼ି ଚାଲିଛି । ପଞ୍ଜାବ କଥା କହିବାକୁ ଗଲେ, ଏଠାରେ ବିଜେପି ଗୁରୁଦାସପୁରରୁ ସନ୍ନି ନେଓଲଙ୍କୁ ଲୋକସଭା ନିର୍ବାଚନ ଲଢ଼ାଇବାକୁ ଯାଉଛି । ସନ୍ନି ଦେଓଲଙ୍କୁ ପ୍ରାର୍ଥୀ କରାଯିବା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ପ୍ରଥମ ଥର ପାଇଁ ନିଜର ବୟାନ ରଖିଛନ୍ତି । ସନ୍ନି ଦେଓଲ ଫିଲ୍ମରେ ଯବାନ ଭୂମିକା ଭଲ ଭାବେ ତୁଲାଇ ଥାଇ ପାରନ୍ତି । କିନ୍ତୁ ଅସଲ ଜୀବନରେ ମୁଁ ଯବାନ ଭାବେ ଦେଶ ପାଇଁ କାମ କରିଛି । ଆମେ ତାଙ୍କୁ ହରାଇବାରେ ସଫଳ ହେବୁ । ଗୁରୁଦାସପୁରରୁ ଲୋକସଭା ନିର୍ବାଚନ ଲଢ଼ୁଥିବା ସୁନୀଲ ଝାଖଡ଼ଙ୍କୁ ଜିତିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ।

ସୂଚନା ମୁତାବକ, ୨୦୧୭ରେ ବିନୋଦ ଖାନ୍ନାଙ୍କ ଦେହାନ୍ତ ପରେ ଉପନିର୍ବାଚନ କରାଯାଇ ସୁନୀଲ ଝାଖଡ଼ଙ୍କୁ ସାଂସଦ କରାଯାଇଥିଲା । ଏବେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ମଧ୍ୟ କଂଗ୍ରେସ ସୁନୀଲ ଝାଖଡ଼ଙ୍କୁ ପ୍ରାର୍ଥୀ କରିଛି । ତାଙ୍କୁ ବିଜେପି ପକ୍ଷରୁ ଅଭିନେତା ସନ୍ନି ଦେଓଲ ଟକ୍କର ଦେବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର