ଅମରନାଥ ଯାତ୍ରା ସମାପ୍ତ, ପବିତ୍ର ହିମଲିଙ୍ଗ ଦର୍ଶନ କଲେ ୨ ଲକ୍ଷ ୮୪ ହଜାର ଶ୍ରଦ୍ଧାଳୁ

ନୂଆଦିଲ୍ଲୀ : ଆଜି ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ଗତ ଦୁଇ ମାସଧରି ଚାଲିଥିବା ପବିତ୍ର ଅମରନାଥ ଯାତ୍ରା ସମାପ୍ତ ହୋଇଛି । ଜାମ୍ମୁ ଓ କାଶ୍ମୀର ରାଜ୍ୟ ସରକାରଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ଏ ବର୍ଷ ପ୍ରାୟ ୨ ଲକ୍ଷ ୮୪ ହଜାର ଶ୍ରଦ୍ଧାଳୁ ପବିତ୍ର ହିମ ଲିଙ୍ଗଙ୍କୁ ଦର୍ଶନ କରିଛନ୍ତି । ଗତ ଜୁନ ୨୮ରେ କାଶ୍ମୀରର ଦୁଇଟି ରୁଟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା । ଗୋଟିଏ ରୁଟ ହେଉଛି ଅନନ୍ତନାଗ ଜିଲ୍ଲାର ପହଲଗାମ ଦେଇ ଓ ଅନ୍ୟଟି ହେଉଛି ଗନ୍ଦରବଲର ବଲତାଲ ଦେଇ । ଆଜି ଶ୍ରାବଣ ପୂର୍ଣ୍ଣିମା ଅବସରରେ ଅମରନାଥଙ୍କଠାରେ ପବିତ୍ର ଛଡିକୁ ପୂଜା କରାଯାଇ ଯାତ୍ରା ସଂପନ୍ନ ଘୋଷଣା କରାଯାଇଛି । ପ୍ରତିକୂଳ ପାଗ ଯୋଗୁଁ ମଝିରେ କିଛି ସମୟ ପାଇଁ ଯାତ୍ରା ସ୍ଥଗିତ ରଖାଯାଇଥିଲା । ଅନ୍ୟପକ୍ଷରେ ଆତଙ୍କବାଦୀ ଧମକ ଦୃଷ୍ଟିରୁ ଏ ବର୍ଷ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ୨୦୧୭ରେ ପ୍ରାୟ ୨ ଲକ୍ଷ ୬୦ ହଜାର ବ୍ୟକ୍ତି ପବିତ୍ର ହିମ ଲିଙ୍ଗଙ୍କୁ ଦର୍ଶନ କରିଥିଲେ ।

ସମ୍ବନ୍ଧିତ ଖବର