ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା

ଶ୍ରୀନଗର: ଅମରନାଥ ଯାତ୍ରା ଆଜି ପୁଣିଥରେ ଆରମ୍ଭ ହୋଇଛି। ବୁରହାନ୍‌ ଓ୍ଵାନିର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଇଁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଦୃଷ୍ଟିରୁ ଅମରନାଥ ଯାତ୍ରା ସ୍ଥଗିତ ରହିଥିଲା। ଏଥିସହ ବିଭିନ୍ନ କାରଣରୁ ମଧ୍ୟ ଅନେକ ଦିନ ହେବ ଅମରନାଥ ଯାତ୍ରା ସ୍ଥଗିତ ରହିଥିଲା। ତେବେ ପୁଣିଥରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ଦୁର୍ଘଟଣାରେ ୨ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲ୍ଲାର କ୍ୱାଜିଗଣ୍ଡ୍‌ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର