ଜୁନ୍‌ ୨୩ରୁ ଅମରନାଥ ଯାତ୍ରା

ନୂଆଦିଲ୍ଲୀ : ଚଳିତ ବର୍ଷ ଅମରନାଥ ଯାତ୍ରା ଜୁନ୍‌ ୨୩ରୁ ଆରମ୍ଭ ହେବ ଏବଂ ୩ ଅଗଷ୍ଟରେ ଏହାର ସମାପନ ହେବ। ଆଜି ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅମରନାଥଜୀ ପୀଠ ବୋର୍ଡର ବୈଠକ ହୋଇଥିଲା ଏବଂ ବୈଠକ ପରେ ଏ ବାବଦ ଘୋଷଣା କରାଯାଇଛି। ଏପ୍ରିଲ୍‌ ୧ରୁ ଯାତ୍ରା ପାଇଁ ପଂଜୀକରଣ ଆରମ୍ଭ ହେବ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର