ବିଲ୍‌ ଗେଟ୍‌ସ ଆଉ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ହୋଇ ନାହାନ୍ତି, ତାଙ୍କୁ ପଛରେ ପକାଇଲେ ‘ଆମାଜୋନ୍‌’ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌

ନୂଆଦିଲ୍ଲୀ:ପଛରେ ପଡ଼ିଗଲେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ୍‌। ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାରେ ସ୍ଥାନ ପାଇଲେ ଆମାଜୋନ୍‌ର ପ୍ରତିଷ୍ଠାତା ତଥା ସିଇଓ ଜେଫ୍‌ ବେଜୋସ୍‌। ଫୋର୍ବସ୍‌ ପତ୍ରିକାରେ ସୋମବାର ପ୍ରକାଶ ପାଇଥିବା କୋଟିପତି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଜେଫ୍‌ ବେଜୋସ୍‌। ସେ ୧୪୧.୯ ବିଲିୟନ ଡଲାରର ମାଲିକ। ଜେଫ୍‌ ବେଜୋସ୍‌ଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ମାଇକ୍ରୋସଫ୍ଟର ନିର୍ମାତା ବିଲ୍‌ ଗେଟ୍‌ସ। ବିଲ୍‌ ଗେଟ୍‌ସଙ୍କ ନିକଟରେ ୯୨.୯ ବିଲିୟନ୍‌ ଡଲାର ଅର୍ଥ ରହିଛି। ଅନେକ ବର୍ଷ ବିଶ୍ୱର ଧନୀ ତାଲିକାରେ ନିଜର ସ୍ଥାନ ବଜାୟ ରଖି ଆସୁଥିବା ଓ୍ଵାରେନ୍‌ ବଫେଟ୍‌ ଏଥର ତୃତୀୟ ତାଲିକାରେ ଅଛନ୍ତି। ବଫେଟ୍‌ ୮୨.୨ ବିଲିୟନ୍‌ ଡଲାରର ମାଳିକ।

ଜେଫ୍‌ ବେଜୋସ୍‌ଙ୍କ କମ୍ପାାନି ଆମାଜୋନ୍‌ ହେଉଛି ବିଶ୍ୱର ଦ୍ୱିତୀୟ ମୂଲ୍ୟବାନ କମ୍ପାନି ଭାବେ ପରିଚିତ। ପ୍ରଥମ ସ୍ଥାନରେ ଅଛି ଆପେଲ୍‌। ଫର୍‌ଚ୍ୟୁନ୍‌ ପକ୍ଷରୁ ଜାରି ହୋଇଥିବା ୨୦୧୮ ସୂଚୀରୁ ଜାଣିବାକୁ ମିଳିଛି ଯେ ଆମେରିକାରେ ଥିବା ବଡ଼ ବଡ଼ କମ୍ପାନିଗିଡ଼କ ମଧ୍ୟରୁ ୧୭୭.୮୭ ରାଜସ୍ୱ ସହ ଆମାଜୋନ୍‌ ଅଷ୍ଟମ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର