ପୁଣି ବିବାଦରେ ଅନଲାଇନ ସପିଂ ସାଇଟ ଆମାଜନ, ହିନ୍ଦୁ ଦେବଦେବୀଙ୍କ ଫଟୋ ଥିବା ପାପୋଛ ବିକ୍ରି କରୁଥିବା ଅଭିଯୋଗ

ନୂଆଦିଲ୍ଲୀ : ବିଶ୍ୱର ବୃହତ୍ତମ ଇକମର୍ସ ସାଇଟ୍‌ ଆମାଜନ ପୁଣି ବିବାଦରେ ଫସିଯାଇଛି । ହିନ୍ଦୁ ମାନଙ୍କ ଆସ୍ଥା ଓ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଆରୋପ ଲାଗିଛି ଏହି କମ୍ପାନି ଉପରେ । ମିଳିଥିବା ସୂଚନା ଅନୁସାରେ ଆମାଜନ ସାଇଟରେ ହିନ୍ଦୁ ଦେବାଦେବୀଙ୍କ ଫଟୋଚିତ୍ର ଥିବା ଡୋରମାଟ (ପାପୋଛ) ବିକ୍ରି ପାଇଁ ପ୍ରଦର୍ଶନ କରୁଛି ।

ଏହା ଜଣାପଡିବା ପରେ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି । ସୋସିଆଲ ମିଡିଆରେ ଏହାକୁ ନେଇ ଲୋକମାନେ ନିଜର ମତ ରଖି ଆମାଜନ ସାମଗ୍ରୀକୁ ବଏକଟ କରିବାକୁ ଆହ୍ଵାନ ଜଣାଇଛନ୍ତି । ତେବେ ଏପରି ବିବାଦ ଆମାଜନ ପାଇଁ ନୂଆ ନୁହେଁ । କମ୍ପାନି ପୂର୍ବରୁ ୨୦୧୭ରେ ଭାରତୀୟ ଜାତୀୟ ପତାକା ଥିବା ପାପୋଛ ବିକ୍ରି କରୁଥିବା ଜଣାପଡିବା ପରେ ବିବାଦ ଉଠିଥିଲା । ସେହିପରି ଗତ ବର୍ଷ ଶିଖ ସଂପ୍ରଦାୟର ପବିତ୍ର ଧର୍ମପୀଠ ସ୍ୱର୍ଣ୍ଣ ମନ୍ଦିରର ଫଟୋ ଏକ ଟଏଲେଟ୍ ସିଟ୍ ଉପରେ ଲଗାଇ ବିକ୍ରି କରୁଥିବାର ଗମ୍ଭୀର ଆରୋପ ଆମାଜନ ଉପରେ ଲାଗିଥିଲା । ଏହାକୁ ନେଇ ଶିଖ୍ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର