ଆଜମଗଡ଼ରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ

ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ସମ୍ପ୍ରତି ପ୍ରତିମୂର୍ତ୍ତି ଭଙ୍ଗା ଦେଖିବାକୁ ମିଳିଥିବା ବେଳେ ଆଜି ୟୁପିର ଆଜମଗଡ଼ରେ ସମ୍ବିଧାନ ପ୍ରଣେତା ଡ. ବି.ଆର୍‌.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ଦଳିତଙ୍କ ଆଦର୍ଶ କୁହାଯାଉଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ବେଳେ ପ୍ରାତମିକ ଅନୁସନ୍ଧାନ ଆରମ୍ଭ କରିଛି। ପ୍ରତିମୂର୍ତ୍ତି ଭାଙ୍ଗୁଥିବା ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ କହିଛନ୍ତି। ତ୍ରିପୁରାରେ ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ପରଠାରୁ ଦେଶର ବିଭିନ୍ନ ସ୍ଥାନରେ ଆଦର୍ଶବାଦୀ ବ୍ୟକ୍ତିବିଶେଷଙ୍କର ପ୍ରତିମୂର୍ତ୍ତିକୁ ବିରୋଧୀ ଗୋଷ୍ଠୀ ଭାଙ୍ଗି ଚାଲିଛନ୍ତି।

ସମ୍ବନ୍ଧିତ ଖବର