ହାଜତ ଗଲେ ଆମ୍ରପାଲି ଗ୍ରୁପ୍ ନିର୍ଦ୍ଦେଶକ : ଲୁଚକାଳି ବନ୍ଦକର: ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ନୋଏଡ଼ାଭିତ୍ତିକ ରିଅଲ୍‌ ଇ‌େଷ୍ଟଟ୍‌ ସଂସ୍ଥା ଆମ୍ରପାଲି ଗ୍ରୁପ୍‌ ନିର୍ଦ୍ଦେଶକମାନଙ୍କୁ ଅାଜି ସୁପ୍ରିମ୍ କୋର୍ଟ ପ୍ରବଳ ଭର୍ତ୍ସନା କରିଛନ୍ତି। ଗ୍ରାହକଙ୍କୁ ସେମାନଙ୍କ ଫ୍ଲାଟ୍‌ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଏହି ଗ୍ରୁପ୍‌ର ୩ ଜଣ ନିର୍ଦ୍ଦେଶକଙ୍କୁ ସର୍ବୋଚ୍ଚ ଅଦାଲତ ତୁରନ୍ତ ପୁଲିସ ହାଜତକୁ ପଠାଇ ଦେଇଛନ୍ତି। ‌ସେମାନେ ‌େହଲେ ଅନୀଲ କୁମାର ଶର୍ମା, ଶିବ ପ୍ରିୟ ଏବଂ ଅଜୟ କୁମାର। ବିଚାରପତି ୟୁ ୟୁ ଲଳିତ ଏବଂ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ଗ୍ରୁପ୍‌କୁ ଭର୍ତ୍ସନା କରି କହିଛନ୍ତି, ଲୁଚକାଳି ବହୁତ ହେଇଗଲା। ଏହାକୁ ବନ୍ଦ କର। ଦସ୍ତାବିଜ ଦାଖଲ ନକରିବା ପର୍ଯ୍ୟନ୍ତ ‌ପୁଲିସ ହେପାଜତରେ ରହିବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ଫ୍ଲାଟ୍‌ ସଂକ୍ରାନ୍ତ ଦସ୍ତାବିଜ ଦାଖଲ କରିବାରେ ଗ୍ରୁପ୍ ବିଫଳ ହୋଇଥିଲା। ଏହାର ଫୋରେନ୍‌ସିକ୍ ଯାଞ୍ଚ ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗ୍ରୁପ୍ ଏହା ଦାଖଲ କରିବାରେ ବିଫଳ ହୋଇଥିଲା। ଏହି ରିଅଲ୍‌ ଇଷ୍ଟେଟ୍‌ ସଂସ୍ଥା ପ୍ରାୟ ୪୨,୦୦୦ ଫ୍ଲାଟ୍‌ର ପଜେସନ୍ ହସ୍ତାନ୍ତର କରିନାହିଁ। ଏଥିପାଇଁ ଏହା ବି‌ରୋଧରେ ସୁପ୍ରିମ୍ କୋର୍ଟରେ ଏକାଧିକ ପିଟିସନ୍ ଦାଖଲ କରାଯାଇଛି।

ସମ୍ବନ୍ଧିତ ଖବର