ଆମେରିକା କଲ୍‌ ସେଣ୍ଟର ଦୁର୍ନୀତି,୭ ଭାରତୀୟଙ୍କ ସମେତ ୧୫ ଗିରଫ

ଓ୍ଵାସିଂଟନ୍‌: ଆମେରିକାରେ ହୋଇଥିବା ବଡ଼ ଧରଣର କଲ୍‌ ସେଣ୍ଟର ଦୁର୍ନୀତି ମାମଲାରେ ପୁଲିସ ୧୫ ଜଣଙ୍କୁ ଗିରଫ କରିବା ସହ ବଳିଷ୍ଠ ପ୍ରମାଣ ଆଧାରରେ ଚାର୍ଜସିଟ୍‌ ଦାଖଲ କରିଛି। ପ୍ରାୟ ୨ ହଜାର ଆମେରିକୀୟ ନାଗରିକଙ୍କଠାରୁ ୫.୫ ନିୟୁତ ଡଲାର ସେମାନେ ଠକି ନେଇଥିବା ଜଣାପଡ଼ିବା ପରେ ବ୍ୟାପକ ଗିରଫଦାରୀ ହୋଇଥିଲା। ନକଲି ରାଜସ୍ୱ, ବୀମା ଏବଂ ବ୍ୟାଙ୍କ ଅଫିସର୍‌ଙ୍କ ମାଧ୍ୟମରେ କଲ୍‌ସେଣ୍ଟର ଦ୍ୱାରା ଏହି ଠକେଇ ହୋଇଥିଲା। ଏଥିରେ ଭାରତର ୫ଟି ବିପିଓ ସାମିଲ ଥିବା ନେଇ ଅଦାଲତରେ ପ୍ରମାଣ ଦାଖଲ ହୋଇଛି । ଏହି ଦୁର୍ନୀତିରେ ସଂପୃକ୍ତ ସମସ୍ତ କଲ୍‌ ସେଣ୍ଟର ଅହମଦାବାଦରେ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର