ଆମେରିକାକୁ ଚୀନ୍‌ର ଝଟ୍‌କା, ୧୬ ହଜାର ବୈଜ୍ଞାନିକଙ୍କୁ ଫେରାଇ ନେଲା

ବେଜିଂ: ଚୀନ୍‌ ଏବେ ନିଜର ବିଜ୍ଞାନ କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ବ୍ୟାପକ ଯୋଜନା ହାତକୁ ନେଇଛି। ଏହି ଯୋଜନାରେ ବିଭିନ୍ନ ରାଷ୍ଟ୍ରରେ କାର୍ଯ୍ୟ କରୁଥିବା ଚୀନ୍‌ର ବୈଜ୍ଞାନିକମାନେ ଏବେ ସ୍ବଦେଶ ବାହୁଡ଼ୁଛନ୍ତି। ଆମେରିକାରେ କାର୍ଯ୍ୟରତ ୧୬ ହଜାର ଚୀନ୍‌ ବୈଜ୍ଞାନିକଙ୍କୁ ଏବେ ଚୀନ୍‌ ଫେରାଇ ନେଇଛି। ଓହିଓ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ଏକ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ୨୦୧୭ରେ ୪୫୦୦ ଚୀନା ବୈଜ୍ଞାନିକ ଆମେରିକା ଛାଡ଼ିଥିଲେ। ଏହି ସଂଖ୍ୟା ୨୦୧୦ ତୁଳାନରେ ଦୁଇଗୁଣ ଥିଲା। ୟୁରୋପୀୟ ରାଷ୍ଟ୍ରଗୁଡ଼ିକରୁ ମଧ୍ୟ ଚୀନା ବୈଜ୍ଞାନିକମାନେ ସ୍ବଦେଶ ଫେରିଥିବା ରିପୋର୍ଟରୁ ଜଣାପଡ଼ିଛି। ଚୀନ୍‌ ସରକାର ଆରମ୍ଭ କରିଥିବା ଅନେକ ବିଶାଳ ପ୍ରକଳ୍ପରେ ଏହି ବୈଜ୍ଞାନିକମାନଙ୍କୁ ନିୟୋଜିତ କରାଯାଉଛି ଏବଂ ସେମାନଙ୍କୁ ଅନ୍ୟ ଦେଶରେ ଯେଭଳି ଦରମା ଓ ଅନ୍ୟ ସୁବିଧା ସୁଯୋଗ ମିଳୁଥିଲା ଚୀନ୍‌ ସରକାର ମଧ୍ୟ ଏବେ ତାହା ଉପଲବ୍ଧ କରାଉଛନ୍ତି।

ସମ୍ବନ୍ଧିତ ଖବର