ପାକ୍‌କୁ ୨୧୦୦ କୋଟିର ସହାୟତା ବନ୍ଦ

ଆତଙ୍କବାଦ ରୋକିବାରେ ଇମ୍ରାନ୍‌ କୁନ୍ଥକୁନ୍ଥ

ନ୍ୟୁୟର୍କ: ଆତଙ୍କବାଦୀ କାର୍ଯ୍ୟକଳାପକୁ ବାରମ୍ବାର ପ୍ରୋତ୍ସାହନ ଦେଇ ବିଶ୍ୱ ସମୁଦାୟ ନଜରରେ ରହିଆସୁଥିବା ପାକିସ୍ତାନକୁ ଏବେ ଆମେରିକା ପକ୍ଷରୁ ବଡ଼ଧରଣର ଝଟ୍‌କା ଲାଗିଛି। ପାକିସ୍ତାନକୁ ୩୦୦ ନିୟୁତ ଡଲାର ବା ୨,୧୦୦ କୋଟି ଟଙ୍କାର ସହାୟତା ଦେବା ଉପରେ ଆମେରିକା ରୋକ୍‌ ଲଗାଇବ। ଆତଙ୍କବାଦକୁ ରୋକିବା ଦିଗରେ ଇମ୍ରାନ୍‌ ସରକାର କୌଣସି ଠୋସ୍‌ ପଦକ୍ଷେପ ନେଉନଥିବା ଦର୍ଶାଇ ଆମେରିକାର ଡୋନାଲ୍ଡ ଟ୍ରମ୍ପ୍‌ ସରକାର ଏହି ସହାୟତାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଆତଙ୍କବାଦୀ ସଂଗଠନଗୁଡ଼ିକୁ ପ୍ରୋତ୍ସାହନ ଦେଇ ପାକିସ୍ତାନ ସବୁବେଳେ ବିବାଦରେ ରହିଆସୁଛି। କିନ୍ତୁ ଗତମାସ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‌ ଖାନ୍‌ ଶପଥ ନେବା ପରେ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବା ଦିଗରେ ସରକାର ନିଶ୍ଚିତ ଗଠନମୂଳକ ନିଷ୍ପତ୍ତି ନେବେ ବୋଲି ଆଶାପ୍ରକାଶ ପାଇଥିଲା। କିନ୍ତୁ ସେଭଳି କିଛି ହୋଇନାହିଁ। ଏହା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ନୂଆ ପ୍ରଧାନମନ୍ତ୍ରୀ ଖାନ୍‌ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବାରେ କୁନ୍ଥକୁନ୍ଥ ହେଉଥିବା ଦେଖିବାକୁ ମିଳୁଛି। ଏମିତି କି ନିକଟରେ ଭାରତ-ପାକିସ୍ତାନ ସୀମାରେ ଆତଙ୍କବାଦୀମାନେ ନିୟମିତ ଭାବେ ଆକ୍ରମଣ ଘଟାଉଛନ୍ତି।

ସମ୍ବନ୍ଧିତ ଖବର