ଆମେରିକା ଇମ୍ରାନଙ୍କୁ ଗୁରୁତ୍ବ ଦେଉନି

ଚୀନ୍‌ ହିଁ ଏକମାତ୍ର ବନ୍ଧୁ ବୋଲି କହିଲେ ପାକ୍‌ ମନ୍ତ୍ରୀ

ମୁଜରାଫରାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଆମେରିକା ଆଦୌ ଗୁରୁତ୍ବ ଦେଉନଥିବାରୁ ପାକିସ୍ତାନ ରେଳ ମନ୍ତ୍ରୀ ଶେଖ୍‌ ରସିଦ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଚୀନ୍‌ ହିଁ ପାକିସ୍ତାନର ଅସଲ ବନ୍ଧୁ ଏବଂ ଆମେରିକା ଆଦୌ ଭରସାଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି। କଶ୍ମୀର ମାମଲାରେ ଆମେରିକା ସଂପୂର୍ଣ୍ଣ ଭାବେ ଭାରତର ପକ୍ଷ ନେଉଥିବାରୁ ଏଭଳି ରାଷ୍ଟ୍ରକୁ ତିଳେ ମଧ୍ୟ ବିଶ୍ବାସ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। କଶ୍ମୀର ହାସଲ କରବା ପାଇଁ ପାକିସ୍ତାନ ନିର୍ଣ୍ଣାୟକ ଯୁଦ୍ଧରେ ଉପନୀତ ହେବା ଆବଶ୍ୟକ ଏବଂ ଏଥିପାଇଁ ପ୍ରତ୍ୟେକ ପାକିସ୍ତାନୀ ତ୍ୟାଗ କରିବାକୁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର