ଆମେରିକା-ଉତ୍ତର କୋରିଆ ଉତ୍ତେଜନା ମଧ୍ୟସ୍ଥି ସାଜିବ ରୁ୍‌ଷ୍‌

ନୂଆଦିଲ୍ଲୀ: ବିଶ୍ୱ ସମୁଦାୟକୁ ବେଖାତିର କରି ଉତ୍ତର କୋରିଆ ଏହାର ପରମାଣୁ କାର୍ଯ୍ୟକ୍ରମ ବଜାୟ ରଖିଥିବାବେଳେଏହି କାର୍ଯ୍ୟରେ ଲଗାମ୍‌ ଲଗାଇବା ପାଇଁ ଆମେରିକା ଅଧିକରୁ ଅଧିକ କଟକଣା ଲଗାଇ ଚାଲିଛି। ନଭେମ୍ବର ୨୯ ତାରିଖରେ ଉତ୍ତର କୋରିଆର ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ଗତ ଶୁକ୍ରବାର ଦିନ ଉତ୍ତର କୋରିଆ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦରେ କଟକଣା ଲାଗୁ ହୋଇଥିବାବେଳେ ଆଜି ଆମେରିକା ପୁଣି ଥରେ ଭିନ୍ନ ଢଙ୍ଗରେ ଉତ୍ତର କୋରିଆର ଦୁଇଜଣ କ୍ଷେପଣାସ୍ତ୍ର ବିଶେଷଜ୍ଞଙ୍କ ବିରୋଧରେ ସଦ୍ୟ କଟକଣା ଘୋଷଣା କରିଛି। ଏହାକୁ ନେଇ ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି ଏବଂ ଉତ୍ତେଜନା ହ୍ରାସ ଲାଗି ରୁଷ୍‌ ମଧ୍ୟସ୍ଥତା କରିବ ବୋଲି କହିଛି। ଆମେରିକା ପକ୍ଷରୁ ଏହି ୨ ବିଶେଷଜ୍ଞ ଅଧିକାରୀଙ୍କ ନାମ ପ୍ରକାଶ କରାଯାଇଛି। ସେମାନେ ହେଉଛନ୍ତି କିମ୍‌ ଜଙ୍ଗ ସିକ୍‌ ଏବଂ ରି ପ୍ୟୋଙ୍ଗ ଚୋଲ୍‌।

ସମ୍ବନ୍ଧିତ ଖବର