ଆମେରିକା ସଂସଦରେ ବିଲ୍‌ ଆଗତ: ବିପଦରେ ଭାରତୀୟ କଲ୍‌ ସେଣ୍ଟର ଚାକିରି

ଓ୍ଵାସିଂଟନ: ଆମେରିକା ସଂସଦରେ ମଙ୍ଗଳବାର ଦିନ ଆଗତ ହୋଇଥିବା ଏକ ବିଲ୍‌ ଗୃହୀତ ହୋଇଗଲେ ଭାରତ ସମେତ ଅନ୍ୟ ରାଷ୍ଟ୍ରଗୁଡିକରେ ଥିବା କଲ୍‌-ସେଣ୍ଟର ଚାକିରି ବିପଦପୂର୍ଣ୍ଣ ହୋଇଯିବ। ଏହି ବିଲ୍‌ରେ ଥିବା ତଥ୍ୟ ମୁତାବକ କଲ୍‌-ସେଣ୍ଟର କର୍ମଚାରୀମାନେ ଉପଭୋକ୍ତାଙ୍କୁ ସେମାନଙ୍କର ପରିଚୟ ସାଙ୍ଗକୁ ଉପସ୍ଥିତି ସଂକ୍ରାନ୍ତ ଠିକଣା ମଧ୍ୟ ପ୍ରଦାନ କରିବାକୁ ହେବ। ଏହା ବ୍ୟତୀତ ଉପଭୋକ୍ତାଙ୍କ ଦାବି ମୁତାବକ, କର୍ମଚାରୀମାନେ ଫୋନ୍‌ କଲ୍‌କୁ ସିଧାସଳଖ ଆମେରିକାରେ ଥିବା ଅଧିକାରୀଙ୍କ ପାଖକୁ ସଂଯୋଗ କରିବାକୁ ପଡ଼ିବ। ଫଳରେ ଉପଭୋକ୍ତାମାନେ ସିଧାସଳଖ ଆମେରିକୀୟ କମ୍ପାନିର ଅଧକାରୀଙ୍କ ସହ କଥାବାର୍ତ୍ତା ହେବେ। ଯଦ୍ୱାରା ବିଦେଶରେ ଥିବା କଲ୍‌ ସେଣ୍ଟରର କର୍ମଚାରୀମାନଙ୍କର ଚାକିରି ଚାଲିଯିବାର ସମ୍ଭାବନା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର