ଆମେରିକାର ଦାବି: ସୁରକ୍ଷା ବିନିମୟରେ ପାକିସ୍ତାନ ସହ ଶାନ୍ତି ଚାହାନ୍ତି ନାହିଁ ମୋଦି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ଙ୍କ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ସହ ଶାନ୍ତି ଚାହୁଛନ୍ତି, ତେବେ ଦେଶର ସୁରକ୍ଷା ବିନିମୟରେ ଏହି ଶାନ୍ତି ପାଇଁ ମୋଦି ଆଗ୍ରହ ପ୍ରକାଶ କରୁନାହାନ୍ତି । ଦେଶର ସୁରକ୍ଷାକୁ ପ୍ରାଥମିକତା ଦେଉଥିବାରୁ ମୋଦି ପାକିସ୍ତାନ ସହ ସଂପର୍କ ବଢ଼ାଇବାକୁ ଚାହୁନଥିବାରୁ ପାକିସ୍ତାନ ଏ ଦିଗରେ ଅଧିକ ଦାୟିତ୍ୱସଂପନ୍ନ ହୋଇ ପଦକ୍ଷେପ ନେବା ଆବଶ୍ୟକ ବୋଲି ବିଦେଶ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି। ପାକିସ୍ତାନ ନିଜର ମଙ୍ଗଳ ପାଇଁ ଭାରତ ସହ ବାଣିଜ୍ୟିକ କାରବାର ପୁନଃ ଆରମ୍ଭ କରିବା ଉଚିତ ବୋଲି ସେ କହିଛନ୍ତି। ବିଦେଶ ମନ୍ତ୍ରୀ ରେକ୍‌୍‌ସ ଟିଲରସନ ଆସନ୍ତା ସପ୍ତାହରେ ଭାରତ ଓ ପାକିସ୍ତାନ ଗସ୍ତରେ ଯିବାକୁ ଥିବା ବେଳେ ବିଦେଶ ବିଭାଗର ବରିଷ୍ଠ ଅଧିକାରୀଙ୍କ ଏଭଳି ବୟାନ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିବ ବୋଲି କୁହାଯାଉଛି । ପାକିସ୍ତାନ ସହ ବନ୍ଧୁତାର ହାତ ବଢ଼ାଇବାକୁ ମୋଦି ଚାହୁଥିଲେ ମଧ୍ୟ ପାକିସ୍ତାନରେ ଏଭଳି କିଛି ଶକ୍ତି ରହିଛନ୍ତି ଯାହା ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ। ଏହି କାରଣରୁ ପାକିସ୍ତାନ ସହ ସଂପର୍କ ନେଇ ମୋଦି ପଛଘୁଞ୍ଚା ଦେଉଛନ୍ତି ବୋଲି ଆମେରିକା କହିଛି। ପଠାନକୋଟରେ ପାକ୍‌ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଜମ୍ମୁ କଶ୍ମୀରରେ ଅନେକ ଆକ୍ରମଣ ଘଟିଛି। ପାକ୍‌ ଗୁଇନ୍ଦା ସଂସ୍ଥା ଓ ସେନା ଆତଙ୍କବାଦୀଙ୍କୁ ଭାରତରେ ହିଂସା ଘଟାଇବା ପାଇଁ ସହାୟତା କରୁଥିବାରୁ ଏଥିରେ ଭାରତ କ୍ଷୁବ୍ଧ ହୋଇଛି ।

ସମ୍ବନ୍ଧିତ ଖବର