ଆମେରିକା ସ୍କୁଲ୍‌ରେ ଗୁଳିକାଣ୍ଡ,୧୦ ମୃତ

ଟେକ୍ସାସ୍‌: ଆମେରିକାର ଟେକ୍ସାସ୍‌ ସ୍ଥିତ ସାଣ୍ଟା ଫେ ହାଇସ୍କୁଲରେ ଆଜି ଗୁଳିକାଣ୍ଡ ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଆହତ ୪ ଜଣଙ୍କୁ ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି। ତେବେ ମିଳିଥିବା ସୂଚନା ମୁତାବକ, ଜଣେ ବ୍ୟକ୍ତି ସ୍କୁଲ ପରିସରକୁ ଚାଲି ଚାଲି ଆସିବା ପରେ ହଠାତ ବନ୍ଧୁକ ବାହାର କରି ଆଖିବୁଜା ଗୁଳିମାଡ଼ କରିଥିଲା। ଗୁଳିକାଣ୍ଡ ପରେ ସ୍କୁଲ ପରିସରରୁ ଛାତ୍ରଛାତ୍ରୀମାନେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଏହି ଘଟଣାରେ ଅନ୍ୟୁନ ୮ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୁଲିସ୍‌ ଅଧିକାରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଗତ ଫେବ୍ରୁଆରିରେ ଫ୍ଲୋରିଡା ସ୍କୁଲରେ ହୋଇଥିବା ଗୁଳିକାଣ୍ଡରେ ୧୭ ଜଣଙ୍କ ମୃତ୍ୟୁ ହେବା ପରେ ବନ୍ଧୁକ ଆଇନରେ ପରିବର୍ତ୍ତନ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ସମ୍ବନ୍ଧିତ ଖବର