ନିଜ ଦେଶବାସୀଙ୍କୁ ସତର୍କ କରାଇଲା ଆମେରିକା

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ଓ୍ଵାସିଂଟନ: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ଆମେରିକା ଏହାର ନାଗରିକମାନଙ୍କୁ ସାମ୍ପ୍ରତିକ ସ୍ଥିତିରେ ପାକିସ୍ତାନ ଗସ୍ତ ନକରିବା ପାଇଁ ପରାମର୍ଶ ଦେଇଛି। ନିହାତି ଅତି ଜରୁରୀ କାମ ନଥିଲେ ବର୍ତ୍ତମାନ ପାଇଁ ସେମାନେ ପାକିସ୍ତାନ ଗସ୍ତକୁ ଟାଳିଦେବାକୁ ଟ୍ରମ୍ପ୍‌ ପ୍ରଶାସନ ଏହାର ନାଗରିକମାନଙ୍କୁ ସତର୍କ କରାଇଦେଇଛି।

ପାକିସ୍ତାନର ପ୍ରତିଟି ଅଞ୍ଚଳରେ ମଧ୍ୟ ସ୍ୱଦେଶୀ ଏବଂ ବିଦେଶୀ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆମେରିକୀୟ ଯାତ୍ରୀଙ୍କ ପ୍ରତି ଆଶୁ ବିପଦ ରହିଛି ବୋଲି ଟ୍ରମ୍ପ ପ୍ରଶାସନ ଆଶଙ୍କା ପ୍ରକଟ କରିଛି। ସମ୍ପ୍ରତି ପାକିସ୍ତାନରେ ବଢ଼ିଚାଲିଥିବା ଆତଙ୍କୀ ହିଂସା ଏବଂ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଉପରେ ଆକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ଏପରି ଚିନ୍ତା ପ୍ରକଟ କରିଥିବା କୁହାଯାଉଛି। ଅତୀତରେ ଆମେରିକାର କୂଟନୀତିଜ୍ଞ ଏବଂ କୂଟନୈତିକ ବ୍ୟବସ୍ଥାକୁ ଆତଙ୍କବାଦୀମାନେ ନିଶାଣ କରିଥିବା ନଜିର ରହିଛି। ବିଭିନ୍ନ ଆତଙ୍କବାଦୀ ସଂଗଠନ ଏବଂ ଆପରାଧିକ ଗୋଷ୍ଠୀ ଆମେରିକୀୟ ଯାତ୍ରୀଙ୍କୁ ମୁଣ୍ଡ ଜାମିନ ରଖି ମୋଟା ଅଙ୍କ ହାସଲ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଅପହରଣ କରିନେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଆମେରିକା ତାହାର ନାଗରିକମାନଙ୍କୁ ସତର୍କ କରାଇଦେଇଛି।

ସମ୍ବନ୍ଧିତ ଖବର