ପାକିସ୍ତାନକୁ ଆମେରିକାର ତାଗିଦ

ୱାସିଂଟନ: ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ଏବଂ ଆତଙ୍କୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣକୁ ରୋକିବା ପାଇଁ ମଧ୍ୟ କଠୋର ଆର୍ଥିକ କଟକଣା ଲାଗୁ କରିବାକୁ ହେବ ବୋଲି ଆମେରିକା ପାକିସ୍ତାନକୁ ତାଗିଦ କରିଛି। ଭାରତ ବିରୋଧରେ ଏବେ ଯଦି ପୁଣି ଆକ୍ରମଣ ହୁଏ ତା’ହେଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରବକ୍ତା କହିଛନ୍ତି। ଏ ଦିଗରେ ପାକିସ୍ତାନକୁ ବଳିଷ୍ଠ ପ୍ରମାଣ ଦେବାକୁ ହେବ ବୋଲି ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର