ରାଜୀବ ଗାନ୍ଧୀଙ୍କୁ ଭ୍ରଷ୍ଟାଚାରୀ ନମ୍ବର-୧ କହିବାକୁ ବିରୋଧ କରି ନିର୍ବାଚନ କମିସନଙ୍କୁ ରକ୍ତରେ ଚିଠି ଲେଖିଲେ ଯୁବକ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଗତ ଶନିବାର ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ମୋଦୀ ରାଜୀବ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ରାଜୀବ ଗାନ୍ଧୀ ଭ୍ରଷ୍ଟାଚାରୀ ନମ୍ବର-୧ ହୋଇ ମୃତ୍ୟୁ ବରଣ କରିଥିଲେ ବୋଲି ବୟାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ତାଙ୍କର ବିବାଦୀୟ ବୟାନ ଆସିବା ପରେ ଜଣେ ଯୁବକ ରାଗିଯାଇ ନିଜ ରକ୍ତରେ ନିର୍ବାଚନ କମିସନଙ୍କୁ ଚିଠି ଲେଖି ପଠାଇଥିବା ଦେଖାଯାଇଛି । ରକ୍ତରେ ଲେଖାଯାଇଥିବା ପତ୍ରରେ ମୋଦୀଙ୍କୁ ଏଭଳି ଆପତ୍ତିଜନକ ବୟାନ ଦେବାରୁ ରୋକିବା ପାଇଁ ନିବେଦନ କରାଯାଇଛି ।

New Indian Express

ମୋଦୀଙ୍କୁ ଉପଦେଶ ଦେଇ ସେ ଲେଖିଛନ୍ତି, ରାଜୀବଜୀଙ୍କ ଭାବନା ଅମେଠିର ମାଟିରେ ଭରି ରହିଛି । ଏଭଳି  ପରିସ୍ଥିତିରେ ତାଙ୍କୁ ନେଇ ନିନ୍ଦନୀୟ ବୟାନ ଦିଅନ୍ତୁ ନାହିଁ । ଆପଣଙ୍କ ଏଭଳି ବୟାନ ଲୋକଙ୍କ ଭାବନା ନଷ୍ଟ କରୁଛି ବୋଲି ଲେଖିଛନ୍ତି ମନୋଜ କଶ୍ୟପ ।

ସମ୍ବନ୍ଧିତ ଖବର