ଶ୍ରୀମନ୍ଦିର ପରିଚାଳନା ସମ୍ପର୍କିତ ପ୍ରସଙ୍ଗ : ୩୧ରେ ପୁରୀ ଆସୁଛନ୍ତି ଆମିକସ୍‌ କ୍ୟୁରି

ନୂଆଦିଲ୍ଲୀ : ଆସନ୍ତା ୩୧ ତାରିଖ ଦିନ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଶ୍ରୀମନ୍ଦିର ପରିଚାଳନା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକର ଅନୁଧ୍ୟାନ କରିବାପାଇଁ ପୁରୀ ଗସ୍ତ କରିବେ। ଆସନ୍ତା ୫ ତାରିଖରେ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣି ପୂର୍ବରୁ ସେ ଏହି ଗସ୍ତ କରୁଥିବା ଜଣାପଡ଼ିଛି। ୫ ତାରିଖରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିଚାଳନା ତ୍ରୁଟି ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାର ଅଛି। ଶୁଣାଣି ପୂର୍ବରୁ ଆମିକସ୍‌ କ୍ୟୁରି ଶ୍ରୀ ସୁବ୍ରମଣ୍ୟମ୍‌ ଶ୍ରୀମନ୍ଦିର ପରିଦର୍ଶନ କରିବା ସହିତ ଶ୍ରୀମନ୍ଦିର ପରିଚାଳନା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଅନୁଧ୍ୟାନ କରିବେ। ସମସ୍ତ ପକ୍ଷଙ୍କ ମତ ଆଧାରରେ ପ୍ରସ୍ତୁତ ରିପୋର୍ଟକୁ ସୁପ୍ରିମକୋର୍ଟରେ ଦାଖଲ କରିବେ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଆମିକସ୍‌ କ୍ୟୁରି ଶ୍ରୀମନ୍ଦିର ପ୍ରଶାସନ ସହ ପ୍ରସ୍ତାବିତ ଗସ୍ତ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର