ଶିବସେନାକୁ ମନାଇପାରିବେନି ଅମିତ ଶାହ

ମୁମ୍ବାଇ: ବିଜେପିି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ଭେଟିବାର ଦିନକ ପରେ ଉଭୟ ସହଯୋଗୀ ଦଳ ମଧ୍ୟରେ ସୁବ କିଛି ଠିକ୍‌ ନଥିବା କୁହାଯାଇଛି। ଠାକ୍‌ରେଙ୍କ ସହ ଦୀର୍ଘ ୨ ଘଣ୍ଟାର ରୁଦ୍ଧଦ୍ୱାର ବୈଠକ ପରେ ବି ଶ୍ରୀ ଶାହ ଶିବସେନାକୁ ଏନ୍‌ଡିଏ ସହ ରିବା ପାଇଁ ମନାଇପାରିନଥିବା ଜଣାପଡ଼ିଛି। ଆଜି ତାଲିସାରିରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ଉଦ୍ଧବ ଠାକ୍‌ରେ ଏଭଳି ସଙ୍କେତ ଦେଇଥିବା ବେଳେ ୨୦୧୯ରେ ଦେଶବାସୀ ପ୍ରକୃତ ଚିତ୍ର ଦେଖିବେ ବୋଲି କହିଛନ୍ତି। ଗତକାଲି ଦୁଇ ନେତାଙ୍କ ବୈଠକ ବେଳେ ମହାରାଷ୍ଟ୍ର ସରକାରରେ ସହଯୋଗୀ ହୋଇ ରହିଥିବା ଶିବସେନାକୁ ନିଷ୍ପତ୍ତି ନେବାର ଅଧିକାର ନମିଳିବା, ଏନଡିଏରେ ମେଣ୍ଟ ଦଳଙ୍କ ମଧ୍ୟରେ ଠିକ୍‌ରେ ଯୋଗାଯୋଗ ନରହିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ, ଅମିତ ଶାହ ଯେତେ ବୁଝାଇଲେ ବି ଦଳ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବନି ଓ ୨୦୧୯ରେ ଶିବସେନା ଏକାକୀ ନିର୍ବାଚନ ଲଢିବ ବୋଲି ଆଜି ଦଳୀୟ ନେତା ସଞ୍ଜୟ ରାଉତ କହିଛନ୍ତି। ଦୁଇ ଦଳଙ୍କ ମଧ୍ୟରେ ମଧ୍ୟରେ ଚାଲିଥିବା ଆଲୋଚନା ପୁଣିଥରେ ୨୦୧୯ରେ ଶିବସେନାକୁ ବିଜେପି ସହ ମିଳାଇବ ବୋଲି ଚାଲିଥିବା ସମସ୍ତ ଖବରକୁ ଗୁଜବ ବୋଲି ଶ୍ରୀ ରାଉତ ମତବ୍ୟକ୍ତ କରିଛନ୍ତି। ତେବେ ଗତକାଲି ଠାକ୍‌ରେ ଓ ଶ୍ରୀ ଶାହଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ସେ କିଛି ମତବ୍ୟକ୍ତ କରି ନାହାନ୍ତି।

ସମ୍ବନ୍ଧିତ ଖବର